Masthead

ଅନ୍ୟ କାନ୍ଧରେ ବନ୍ଧୁକ ରଖି ଗୁଳିଚଳାଇବା ରାହୁଲଙ୍କ ପୁରୁଣା ଅଭ୍ୟାସ: ବିଜେପି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି କୃଷକ ଆନ୍ଦୋଳନ । କେତେବେଳେ ମହାପଞ୍ଚାୟତ ଭଳି ବିଶାଳ ସମାବେଶ କରି କେନ୍ଦ୍ର ସରକାରଙ୍କୁ ଘେରିବାର ଯୋଜନା କରୁଥିବା ବେଳେ ଆଉ କେତେବେଳେ ପ୍ରଦେଶ ପ୍ରଦେଶ ବୁଲିି ବିଜେପି ବିରୋଧରେ ଏକଜୁଟ ହେବା କଥା ହେଉ । ଏସବୁ କରିବା ପଛରେ ତାଙ୍କର ଗୋଟିଏ ହିଁ ଦାବି କେନ୍ଦ୍ର ସରକାର ତାଙ୍କର ନୂତନ କୃଷି ଆଇନ ଫେରସ୍ତ କରନ୍ତୁ । ଆନ୍ଦୋଳନ ପଛରେ ବହୁ ରାଜନେତା ଠାରୁ ଆରମ୍ଭ କରି ବହୁ ରାଜନୈତିକ ଦଳ ମଧ୍ୟ ସାମିଲ ଥିବାର କଥା କିଛି ନୂଆ ନୁହଁ ।

ଏହା ମଧ୍ୟରେ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କୃଷକ ଆନ୍ଦୋଳନକୁ ନେଇ ଏକ ପୋଷ୍ଟ ଟ୍ୱିଟରରେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିଏ ଏହାକୁ ଆନ୍ଦୋଳନର ଲାଭ ଉଠାଉଥିବାର କହୁଥିବା ବେଳେ ଆଉ କିଏ ଏହା ସପକ୍ଷରେ ବାହାରିଛନ୍ତି । ତେବେ ଚାଷୀ ଆନ୍ଦୋଳନର ଏକ ପୁରୁଣା ଫୋଟ ସେୟାର କରି ଏହା ହେଉଛି ଭାରତର ଭାଗ୍ୟ ବିଧାତା ବୋଲି କେନ୍ଦ୍ରକୁ କଟାକ୍ଷ କରି ଏକ ପୋଷ୍ଟ ସେୟାର କରିଥିଲେ । ଅପରିପକ୍ଷରେ ଏହାକୁ ସହଜରେ ହଜମ କରି ପାରିନାହିଁନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ।

ରାହୁଲ ଗାନ୍ଧୀ କୃଷକ ଆନ୍ଦୋଳନର ଏକ ପୁରୁଣା ଚିତ୍ରକୁ ସେୟାର କରି ଏହା କାଲିର ମହପଞ୍ଚାୟତର ଫୋଟ ବୋଲି କହିଛନ୍ତି । ଏହା ସହ ରାହୁଲ ଭଲ ଭାବରେ ଜାଣିଛନ୍ତି ଯେ ବିନା ଅଧ୍ୟକ୍ଷ ବିଶିଷ୍ଟ କଂଗ୍ରେସ ଦଳ କୌଣସି ପ୍ରସଙ୍ଗ ଉଠାଇବାରେ ଅସମର୍ଥ । ତେଣୁ କଂଗ୍ରେସ ଦଳ ପୁରୁଣା ଫୋଟ ସାହାଯ୍ୟରେ ରାଜନୀତି କରିବାକୁ ଚେଷ୍ଟା କରୁଛି । ଏହା ଛଡା ଭାରତରେ ବିଶ୍ୱର ସବୁଠାରୁ ବଡ଼ ଟୀକାକରଣ ଅଭିଯାନ ଚାଲିଛି କିନ୍ତୁ ରାହୁଲ ଏସବୁକୁ ନେଇ ଗୋଟିଏ ହେଲେ ମଧ୍ୟ ଟ୍ୱିଟ କରିନାହାଁନ୍ତି ବୋଲି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ।

ତେବେ ଦେଶରେ ପ୍ରାୟ ୬୮.୭୫ କୋଟି ଲୋକ ଏହି ଟୀକା ଗ୍ରହଣ କରିଛନ୍ତି । ଏତେ ସଂଖ୍ୟକ ଜନସଂଖ୍ୟା ଟୀକା ପାଇବା ପରେ ମଧ୍ୟ ରାହୁଲ ଗାନ୍ଧୀଙ୍କ ଗୋଟିଏ ଟ୍ୱିଟ ଆସି ନାହିଁ । ହେଲେ ମିଛ ଫୋଟ ଦେଇ ଦ୍ୱନ୍ଦ ସୃଷ୍ଟି କରିବାରେ ରାହୁଲ ଗାନ୍ଧି ଆଗେଇ ଆସୁଛନ୍ତି । ଅନ୍ୟମାନଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇବା ରାହୁଲ ଗାନ୍ଧିଙ୍କର ପୁରୁଣା ଅଭ୍ୟାସ ବୋଲି ସମ୍ବିତ ପାତ୍ର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ