Masthead

ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ୍ ଇଣ୍ଡଷ୍ଟ୍ରିରେ ଖେଳି ଯାଇଛି ଶୋକର ଛାୟା । ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ ।

ଅକାଳରେ ଝଡି ପଡିଛି ତାଙ୍କ ଜୀବନ । ଆରପାରିକୁ ଚାଲିଯାଇଛନ୍ତି ମନୋରଞ୍ଜନ ଶିଳ୍ପ ଜଗତର ନାୟିକା ସେଫାଳୀ ଜରିୱାଲା । ଜଣାଶୁଣା ଅଭିନେତ୍ରୀ ଏବଂ ବିଗ୍ ବସ୍ ୧୩ ପ୍ରତିଯୋଗୀ ସେଫାଳୀ ଜରିୱାଲାଙ୍କ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ଯାହାକୁ ନେଇ ବଲିଉଡ୍ ଇଣ୍ଡଷ୍ଟ୍ରି ସ୍ତବ୍ଧ ପାଲଟିଯାଇଛି । ସତରେ ଜୀବନଟା ବହୁତ ମୂଲ୍ୟବାନ, ଆଜି ଅଛି ତ କାଲି କି ନାହିଁ । କେତେ ବେଳେ କେଉଁ ମୁହୂର୍ତ୍ତରେ କାହାର ଉଡିଯାଇପାରେ ପ୍ରାଣ ବାୟୁ । ଅଭିନେତ୍ରୀ ସେଫାଳୀ ଜରିୱାଲାଙ୍କରହୃଦଘାତହୋଇଛି ପରଲୋକ । ବିଳମ୍ବିତ ରାତିରେ ହୃଦଘାତ ହେବା କାରଣରୁ ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସେଫାଳୀଙ୍କୁ ମୃତ ଘୋଷଣା କରିଥିଲେ ।

୨୦୦୨ ମସିହାରେ ମୁ୍ୟଜିକ୍ ଭିଡିଓ କାଣ୍ଟା ଲଗା ତାଙ୍କୁ ଦେଇଥିଲା ନୂଆ ପରିଚୟ । ରାତାରାତି ଷ୍ଟାର୍ ପାଲଟିଥିଲେ ସେଫାଳୀ । ଚର୍ଚ୍ଚିତ ଅଭିନେତ୍ରୀ ଭାବେ ବିଭିନ୍ନ ଅନୁଷ୍ଟାନ ଗୁଡିକର ବିଜ୍ଞାପନ, ମ୍ୟୁଜିକ୍ ଭିଡିଓ ଏବଂ ସିନେମାରେ ଅଭିନୟ କରି ଲୋକପ୍ରିୟତା ବେଶ ହାସଲ କରିପାରିଥିଲେ । ମାତ୍ର ୪୨ ବର୍ଷ ବୟସରେ ସେଫାଳୀଙ୍କର ଆକସ୍ମାକ ବିୟୋଗ ଘଟିଛି । ଯାହା ପ୍ରଶଂସକଙ୍କୁ ଭାଙ୍ଗିଦେଇଛି । ଏମିତି ଅଚାନକ ମୃତ୍ୟୁ ସମସ୍ତଙ୍କ ମନରେ ସନ୍ଦେହ ମଧ୍ୟ ସୃଷ୍ଟି କରିଛି ।ମୃତ୍ୟୁ ପଛର କାରଣ ହୃଦଘାତ ନା ଆଉ କିଛି ରହିଛି ତାର ସତ୍ୟାସତ୍ୟ ଉନ୍ମୋଚନର ରହିଛି ଆବଶ୍ୟକ । ଘଟଣାକୁ ଗୁରୁତ୍ୱର ସହ ନେଇ ମୁମ୍ବାଇ ପୋଲିସ୍ ପ୍ରାଥମିକ ତଦନ୍ତ ଆରମ୍ଭ କରିସାରିଛି । ସେଫାଳୀଙ୍କର ସମ୍ପର୍କୀୟ, ରୋଷେୟା ଏବଂ ଅନ୍ୟ ଘରୋଇ ସହାୟକଙ୍କୁ ଜେରା କରୁଛି ପୋଲିସ । ଅଧିକ ତଦନ୍ତ ପାଇଁ ସେଫାଳୀଙ୍କ ଘରେ ଫରେନସିକ୍ ଦଳ ପହଞ୍ଚି ଚଳାଇଛି ଛାନଭିନ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର