Masthead

ଜିଲ୍ଲାପାଳଙ୍କ ଛତ୍ରଛାୟା ତଳେ ମଦମାଫିଆ

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗର କେଳାଙ୍କାରୀର ପୁଟୁଳି ଧୀରେ ଧୀରେ ଖୋଲିବାରେ ଲାଗିଛି । ମନ୍ତ୍ରୀ, ସାଂସଦ କନେଷ୍ଟବଳ ପରେ ଏବେ ଜିଲ୍ଲାପାଳଙ୍କ ସମ୍ପୃକ୍ତିକୁ ନେଇ ଗୁମର ଖୋଲିଛି ଜିଲା କଂଗ୍ରେସ କମିଟି । ଜଣେ ମଦ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।

୩ଟି ଠିପିଖୋଲା ମଦ ଦୋକାନ ପାଇଁ ଅବକାରୀ ବିଭାଗର ସବୁ ନୀତିନିୟମକୁ ମୋଡି ମକଚି ଅନୁମୋଦିତ କରିଛନ୍ତି । ଏଥିରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ବିଜେଡି ଜିଲ୍ଲା ସଭାପତି ସୁଧିର ଦାସଙ୍କ ସମ୍ପୃକ୍ତି ରହିଥିବା କଂଗ୍ରେସ ଅଭିଯୋଗ କରିଛି ।

ଅବକାରୀ ବିଭାଗ କନେଷ୍ଟବଳ, ସୁପରିଟେଣ୍ଡେଣ୍ଟଙ୍କ ବେଆଇନ କାରବାର କାଳା ସାମ୍ରାଜ୍ୟ ଉପରୁ ବଡ଼ ଖବର ପରଦା ହଟାଇବା ପରେ ବିଭାଗର ଗୋଟିଏ ପରେ ଗୋଟିଏ ଭିତିରି କଥା ପଦାକୁ ଆସିବାରେ ଲାଗିଛି । ଗଞ୍ଜେଇ ଚୋରାଚାଲାଣ ପରେ ଏବେ ଜଣେ ମଦ ବ୍ୟବସାୟୀ ହରି ମହାନ୍ତିଙ୍କୁ ପ୍ରଶାସନର ଅନୁକମ୍ପାର କଥା ଜିଲ୍ଲା କଂଗ୍ରେସ ଖୁଲାସା କରିଛି । ଏଥିର ଜିଲ୍ଲାପାଳଙ୍କ ଉପରକୁ ସିଧାସଳଖ ଆଙ୍ଗୁଠି ଉଠିଛି ।

ବର୍ଷବର୍ଷ ଧରି ହରି ମହାନ୍ତି ଜିଲ୍ଲାରେ ଏକାଧିକ ମଦ ଦୋକାନ ଚଳାଇ ଆସୁଥିଲେ । ଆଉ ଏଥିରେ ବିଭାଗର ଉପରୁ ତଳ ପର୍ଯ୍ୟନ୍ତ ସହଯୋଗ କରିଆସୁଥିଲେ । ଏହାକୁ ପ୍ରତ୍ୟାହାର କରାନଗଲେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିବା ସହ ରାଜରାସ୍ତା ଅବରୋଧ କରାଯିବ ବୋଲି କଂଗ୍ରେସ ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡା କହିଛନ୍ତି ।

କଂଗ୍ରେସର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି, ଯାହା ହୋଇଛି ସରକାରୀ ନିୟମ ଅନୁସାରେ ହୋଇଛି । ଏଥିରେ କୌଣସି ଦୁର୍ନୀତି ହୋଇ ନାହିଁ । ଦୁର୍ନୀତିରେ ବୁଡ଼ି ରହିଛି ରାୟଗଡ଼ା ଅବକାରୀ ବିଭାଗ । ନେତା, ଅଫିସର ସମସ୍ତେ ପାଉଥିଲେ ଅହେତୁକ ଫାଇଦା । ଏବେ କଂଗ୍ରେସ ମୁହଁ ଖୋଲିଛି । ଆଗକୁ ଅନ୍ୟ ବିରୋଧୀମାନେ ଦୁର୍ନୀତିଖୋରଙ୍କ ଅସଲ ମୁଖ୍ୟ ଖୋଲିବାର ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ