Before Header

ବିଶ୍ୱକପ୍‌ କ୍ରିକେଟ୍‌: ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ

0 37

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ବିଶ୍ୱକପ୍‌ କ୍ରିକେଟ୍‌ରେ ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ । ଦିନ ୨ଟାରେ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଆଫଗାନିସ୍ତାନକୁ ଭାରତ ଭେଟବାକୁ ଯାଉଛି । ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ଭାରତୀୟ ଦଳର ମନୋବଳ ଦୃଢ ରହିଛି । ଆଜିର ମ୍ୟାଚ ଜିତି ବିଶ୍ବକପ ଅଭିଯାନରେ ବିଜୟ ଅଭିଯାନ ଜାରି ରଖିବାକୁ ଉଦ୍ୟମ କରିବ ଭାରତ ।

ଏପଟେ ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ପରାଜିତ ଆଫଗାନିସ୍ତାନ ଟିମ୍ ଚାପରେ ରହିଛି । ବିଶ୍ବକପରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମୋଟ ୩ଟି ମ୍ୟାଚ ଖେଳାଯାଇଛି । ୨ଟି ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଟାଇ ରହିଛି । ଏଣୁ ଭାରତର ପଲ୍ଲା ଭାରି ରହିଛି ।ବିଜୟ ଅଭିଯାନ ବଜାୟ ରଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡଆ ।

Leave A Reply

Your email address will not be published.