Masthead

ଦମଦାର ଅନ୍ଦାଜରେ ଏଣ୍ଟ୍ରି କଲେ ରଜନୀକାନ୍ତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାଉଥ ସୁପରଷ୍ଟାର ରଜନୀକାନ୍ତ ସବୁବେଳେ ନିଜ ଦମଦାର ଷ୍ଟାଇଲ ପାଇଁ ଦର୍ଶକଙ୍କ ପାଖରେ ଖାସ ହୋଇ ରହିଥାନ୍ତି । ତାଙ୍କ ଷ୍ଟାଇଲ ହେଉ କି ଆକ୍ଟିଙ୍ଗ ସବୁକିଛି ଦେଖିବାକୁ ଫ୍ୟାନ୍ସଙ୍କ ମନରେ କାଫି କ୍ରେଜ୍ ରହିଥାଏ । ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ଦେଖିବାକୁ ଦର୍ଶକ ଏକ୍ସାଇଟେଡ୍ ଥିବା ବେଳେ ବର୍ତ୍ତମାନ ଏକ ଖାସ ଅନ୍ଦାଜରେ ନଜର ଆସିଛନ୍ତି ରଜନୀକାନ୍ତ । ଅନେକ ଦିନ ପରେ ପୁଣି ଥରେ ସେ ଏକ ଧମାକେଦାର ଫିଲ୍ମ ସହିତ ଏଣ୍ଟ୍ରି କରିଛନ୍ତି ସ୍କ୍ରିନରେ। ରିଲିଜ ହୋଇଛି ରଜନୀକାନ୍ତଙ୍କ ଅପକମିଙ୍ଗ ମୁଭି ‘ଆନ୍ନାଥେ’ର ମୋସନ ପୋଷ୍ଟର । ଫିଲ୍ମର ପ୍ରଥମ ଲୁକ୍ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି ଦର୍ଶକ । ପୋଷ୍ଟରରେ ରଜନୀକାନ୍ତ ଏକ କ୍ରୁଜର ବାଇକ ସହ ଧମାକେଦାର ଏଣ୍ଟ୍ରି କରିଛନ୍ତି । କହିବାକୁ ଗଲେ ରଜନୀକାନ୍ତ ଏହି ପୋଷ୍ଟରରେ ତାଙ୍କ ପୁରୁଣା ଅନ୍ଦାଜ ସହିତ ନଜର ଆସିଛନ୍ତି । ମୁଭିର ପୋଷ୍ଟର ରିଲିଜ ହେବା ପରେ ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହେଉଛି । ଫ୍ୟାନ୍ସମାନେ ଏକ୍ସାଇଟେଡର ସହ ୱଟ୍ କରି ରହିଛନ୍ତି ମୁଭିର ରିଲିଜ ଡେଟକୁ ।

ତେବେ ମୁଭିରେ ରଜନୀକାନ୍ତଙ୍କ ବ୍ୟତୀତ ନୟନତାରା, ପ୍ରକାଶ ରାଜ, କିର୍ତ୍ତୀ ସୁରେଶ, ସତୀଶ ଖୁସବୁ, ସୁରୀ ଏବଂ ରୋବୋ ଶଙ୍କର ବିଶେଷ ଭୂମିକାରେ ଦେଖାଦେବେ । ସୁଚନା ଅନୁସାରେ ଫିଲ୍ମର ସୁଟିଂ ଶେଷ ହୋଇସାରିଛି ଏବଂ କୁହାଯାଉଛି ଯେ ଚଳିତ ବର୍ଷ ଦୀପାବଳୀରେ ଏହି ଦମଦାର ମୁଭିଟି ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ସିବା ଦେଇଥିବା ବେଳେ ଏହା ସନ୍ ପିକ୍ଚର୍ସ ବ୍ୟାନରରେ ପ୍ରସ୍ତୁତ ହୋଇଛି । ରଜନୀକାନ୍ତଙ୍କ ସବୁ ମୁଭି ଭଳି ଏହି ମୁଭି ମଧ୍ୟ ବକ୍ସ ଅଫିସରେ ସୁପରିହିଟ ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।

ତେବେ ତାମିଲ ଫିଲ୍ମ ଜଗତର ଜଣେ ନାମୀଦାମୀ ସୁପରଷ୍ଟାର ହେଉଛନ୍ତି ରଜନୀକାନ୍ତ । ୧୯୭୫ ମସିହାରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରି ସେ ଏବେ ଯାଏଁ ନିଜ ସଫଳତାର ଯାତ୍ରା ଜାରି ରଖିଛନ୍ତି । ତାଙ୍କ ଫିଲ୍ମି କ୍ୟାରିୟର ଭିତରେ ଅଧିକାଶଂ ତାମିଲ ମୁଭି ସହ ତେଲୁଗୁ, ହିନ୍ଦୀ, ଇଂଲିଶ ମୁଭିରେ ବି ସେ ନଜର ଆସିଛନ୍ତି । ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଦରବାର’ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କ ଅପକମିଂ ଫିଲ୍ମ ପାଇଁ ବେଶ୍ ଉତ୍ସାହିତ ହୋଇ ରହିଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର