Masthead

ରିଲିଜ୍ ପୂର୍ବରୁ ୮୫ କୋଟି ଟଙ୍କା ରୋଜଗାର କରି ସାରିଥିଲା ‘ଥଲାଇଭି’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ବିବାଦୀୟ କୁଇନ କଙ୍ଗନା ରନାୱତଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ରିଲିଜ ହୋଇଛି କଙ୍ଗନାଙ୍କର ମୋଷ୍ଟ ଆୱଟେଡ ମୁଭି ‘ଥଲାଇଭି’ । ମୁଭିଟି ରିଲିଜ ହେବା ପରେ ଦର୍ଶକଙ୍କର କାଫି ପଜେଟିଭ ରେସପନ୍ସ ଦେଖିବାକୁ ମିଳିଛି । ଜୟଲଲିତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି କଙ୍ଗନା । ଫିଲ୍ମଟି ଏକା ସହ ତିନୋଟି ଭାଷାରେ ରିଲିଜ ହୋଇ ଦର୍ଶକଙ୍କର କାଫି ଭଲପାଇବା ସାଉଁଟୁଛି । ସେଥିପାଇଁ କଙ୍ଗନାଙ୍କୁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ନିକଟରେ କଙ୍ଗନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି ଯେ ମୁଭିଟି ରିଲିଜ ପୂବରୁ ହିଁ ପ୍ରାୟ ୮୫ କୋଟି ଟଙ୍କା ରୋଜଗାର କରି ସାରିଛି । ଏହାର ଡିଜିଟାଲ ଏବଂ ଟିଭି ରାଇଟସ୍ ବିକ୍ରୟ କରି ଏହି ଟଙ୍କା ଅର୍ଜନ କରିଛି ମୁଭି ।

ତେବେ କଙ୍ଗନା ରନାୱତ ଏପର୍ଯ୍ୟନ୍ତ ୪ଥର ଜାତୀୟ ପୁରସ୍କାର ଜିତିସାରିଥିବା ବେଳେ ଥଲାଇଭି ତାଙ୍କୁ ନିଶ୍ଚିତ ଭାବରେ ୫ମ ନ୍ୟାସନାଲ ଆୱାର୍ଡ ଦେବ ବୋଲି ଆଲୋଚନା ହେଉଛି । ନିଜ କ୍ୟାରେକ୍ଟରକୁ ନେଇ କଙ୍ଗନା କହିଛନ୍ତି ଯେ ସେ ଜୟଲଲିତାଙ୍କ କ୍ୟାରେକ୍ଟରକୁ ବେଶ୍ ରିୟଲିଷ୍ଟିକ୍ କରିବାକୁ ଚେଷ୍ଟା କରିଛନ୍ତି । ଏହି ମୁଭି ଭାରତୀୟ ସିନେମାର ସବୁଠାରୁ ଶ୍ରେଷ୍ଠ ବାୟୋପିକ୍ କହୁଯାଇପାରିବ ବୋଲି ତାଙ୍କ ମତ । କହିବାକୁ ଗଲେ କଙ୍ଗନା ଏହି ଫିଲ୍ମ ପାଇଁ ଖୁବ୍ ହାର୍ଡୱାର୍କ କରିଛନ୍ତି । ଫିଲ୍ମରେ ୧୬ ବର୍ଷର ଝିଅ ଠାରୁ ଆରମ୍ଭ କରି ମଧ୍ୟମ ବୟସ ପର୍ଯ୍ୟନ୍ତ ସବୁକିଛି ଭୂମିକାକୁ ସେ ଅତି ନିଖୁଣ ଭାବରେ ଅଭିନୟ କରିଛନ୍ତି । ଏହି କ୍ୟାରେକ୍ଟର ପାଇଁ ତାଙ୍କୁ ପ୍ରୋଥେଷ୍ଟିକ୍ ମେକଅପ୍ ହୋଇ ନିଜ ଓଜନ ୨୦ କିଲୋ ବଢାଇବାକୁ ପଡିଥିଲା । ସେଥଇପାଇଁ ସେ ସ୍କ୍ରିନ୍ରେ ଅବିକଳ ଜୟଲଲିତାଙ୍କ ପରି ଦେଖାଯାଉଛନ୍ତି ।

ଏହା ବ୍ୟତୀତ ଫିଲ୍ମରେ ରହିଥିବା ସବୁ ଗୀତ ଗୁଡିକ ମଧ୍ୟ ବେଶ୍ ମନଛୁଆଁ ହୋଇଛି । ପୂର୍ବରୁ ଟ୍ରେଲର ସହ ଗୀତ ଗୁଡିକ ରିଲିଜ ହୋଇ ଥିବାରୁ ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ । ତେବେ ଏହି ମୁଭି ରିଲିଜ ହେବା ପରେ କଙ୍ଗନା ରନାୱତ୍ ବଲିଉଡର ଜଣେ ହିଷ୍ଟୋରିକାଲ ଆକ୍ଟର ଭାବେ ପରିଚିତ ହୋଇଛନ୍ତି । କଙ୍ଗନାଙ୍କ ଅପକମିଙ୍ଗ ପ୍ରୋଜେକ୍ଟ ବଷୟରେ କହିବାକୁ ଗଲେ ଖୁବଶୀଘ୍ର ସେ ଫିଲ୍ମ ‘ଧାକାଡ’ ଓ ‘ତେଜସ୍’ରେ ନଜର ଆସିବେ । ଗୋଟିଏର ସୁଟିଂ ଚାଲୁ ରହହିଥିବା ବେଳେ ଅନ୍ୟଟି ରିଲିଜ ପାଇଁ ପ୍ରିପେୟାର ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା