Masthead

ଭାଇର ଶୁଭ ମନାସୀ ଭଉଣୀ ବାନ୍ଧୁଛି ରାକ୍ଷୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ହିନ୍ଦୁ ପର୍ବ ଯାହା ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ। ଏହା ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ। ତେଣୁ ଏହାକୁ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜି ମଧ୍ୟ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିନ । ତେବେ ରାକ୍ଷୀ ପୂର୍ଣ୍ଣିମା ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସଂପର୍କର ବନ୍ଧନକୁ ସୁଦୃଢ଼ କରିଥାଏ। ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଏବଂ ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ।

ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ସେପଟେ ଦିନ ୧୧ଟା ୨୨ ପରଠୁ ଆସନ୍ତାକାଲି ସକାଳ ୭ଟା ୫୯ ପର୍ଯ୍ୟନ୍ତ ରହିଛି ପୂର୍ଣ୍ଣମୀ ତିଥି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଭଦ୍ରାକାଳ । ତେଣୁ ଭଦ୍ରାକାଳରେ ମଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ତେଣୁ ୩୧ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ ପାଇଁ କିଛି ବିଶାରଦ ମତ ରଖୁଛନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବର୍ଷ ଭଦ୍ରାକାଳ ପାତାଳ ଲୋକରେ ଲାଗି ରହିବ । ଅନ୍ୟପଟେ ଗୁରୁବାର ଶ୍ରୀମନ୍ଦିରରେ ରାକ୍ଷୀ ଲାଗି କରାଯିବ ବୋଲି ସ୍ପଷ୍ଟ କରିଛି ମୁକ୍ତିମଣ୍ଡପ ପଣ୍ଡିତ ସଭା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା