Masthead

ସ୍ୱାଭିମାନ ଓ ମୁକ୍ତିର ଦିନ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ):  ଅଗଷ୍ଟ ୨୯ । ଓଡ଼ିଶା ସାମ୍ବାଦିକତା ଓ ସାମାଜିକ ଜଗତ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖଟିଏ । କହିପାରିବା ସ୍ୱାଭିମାନ ଓ ମୁକ୍ତିର ଦିନଟିଏ । ଜୁନ୍ ୨୯ ଯେତେ କଳା, ଅଗଷ୍ଟ ୨୯ ସେତେ ଆଲୋକିତ, ସେତେ ପୁଲକିତ । ଆଜକୁ ଠିକ୍ ବର୍ଷେ ତଳେ । କିଏ ଭୁଲିପାରିବ ସେଇ ଦିନକୁ । ସ୍ଥାନ ଭୁବନେଶ୍ୱରର ଝାରପଡ଼ା ଜେଲ । ସାମ୍ନା ରାସ୍ତାରେ ଯିଏ ବି ଯାଉଥିଲା ଅଟକି ଯାଉଥିଲା । ବିନା ନିମନ୍ତ୍ରଣରେ ଶହ ଶହ ସଂଖ୍ୟାରେ ସ୍ୱାଭିମାନୀ ମଣିଷମାନେ ଜମା ହୋଇଥିଲେ । ସମସ୍ତଙ୍କ ଆଖିରେ ଦୀର୍ଘ ଦୁଇମାସ ଧରି ଝରୁଥିବା ଦୁଃଖର ଲୁହ ଖୁସିରେ ରୂପାନ୍ତରିତ ହେଉଥିଲା ।

ସୂର୍ଯ୍ୟାସ୍ତର ଠିକ୍ ପରେ ପରେ ଜେଲରୁ ବାହାରିଲେ ସାଧାରଣ ଲୋକଙ୍କ ପାଇଁ ସ୍ୱର ଉଠାଇ ୬୦ଦିନ ଅନ୍ଧାର କୋଠରୀରେ ଥିବା ଓଡ଼ିଶା ସାମ୍ବାଦିକତାର ସାହସୀ ସୂର୍ଯ୍ୟ ତଥା ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ । ସେଦିନର ସେ ଭିଡ଼ ସମାଜର ସଚେତନ ବର୍ଗଙ୍କ ଗହଳି ଦର୍ଶାଉଥିଲା ତାଙ୍କ ପ୍ରତି ଲୋକଙ୍କ ନିରୁତା ଭଲ ପାଇବା । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟରେ କିଭଳି ସମାଜର ସଚେତନବର୍ଗ ହୋଇଥିଲେ ମର୍ମାହତ । ସେଥିପାଇଁ ତ ତାଙ୍କ ମୁକ୍ତିରେ ସେମାନେ ଜେଲ ସାମ୍ନାରେ ସମବେତ ହୋଇଥିଲେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାକୁ । ସତ ପାଇଁ ଲଢୁଥିବା ସାମ୍ବାଦିକର ମନୋବଳ ବଢାଇବାକୁ ।

ପୁରୀରୁ ମୁକ୍ତିମଣ୍ଡପ ପଣ୍ଡିତ ଆସିଥିଲେ, ମହାବାହୁଙ୍କ ଆଶିଷ ଅଜାଡି ଦେବାକୁ । ରାଜ୍ୟର କୋଣ ଅନୁକୋଣରୁ ବଡ଼ ଖବରର ପ୍ରତିଟି ସଦସ୍ୟ ଆସିଥିଲେ ନିଜ ଘରର ମୁରବୀଙ୍କୁ ପାଛୋଟି ନେବାକୁ । ସେ ରାତି ଭୁଲିବାର ନାହିଁ । ଠିକ୍ ଜେମିତି ଜୁନ୍ ୨୯ ରାତି ଭୁଲି ହେବ ନାହିଁ । ଅଗଷ୍ଟ ୨୯ର ସଂଧ୍ୟା ଗୌରବ ଓ ସ୍ୱାଭିମାନର ।

ଏକଥା ସମସ୍ତେ ଜାଣିଥିଲେ, ସାମ୍ବାଦିକତା ଯେତେବେଳେ ଚାଟୁକାରିତା ପାଲଟିଯାଇଛି, ସେତେବେଳେ ଯେଉଁ କେତେଜଣ ତମାମ୍ ଲୋଭକୁ ଆଡେଇ ଦେଇ ମା’, ମାଟି, ମାତୃଭାଷା ଓ ମହାପ୍ରଭୁଙ୍କ ପାଇଁ ନିର୍ଭୀକ ଭାବେ ମୁହଁ ଖୋଲିଛନ୍ତି, ସେମାନଙ୍କ ଭିତରୁ ଅର୍ଦ୍ଧେନ୍ଦୁ ଦାସ ସର୍ବକାଳ ଅନ୍ୟତମ । ଆଉ ତା’ ହିଁ ତାଙ୍କୁ ବ୍ୟବସ୍ଥାର ଆକ୍ରୋଶର ଶିକାର କରାଇଲା । ମିଛ କେସରେ ଯୋଡି ଫସାଇ ଦିଆଗଲା । ଅପପ୍ରଚାର ବି ହେଲା । ହେଲେ ସେସବୁର ଉତ୍ତର ଥିଲା ଏହି ଦୃଶ୍ୟରେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା, ସତକୁ ହଇରାଣ କରାଯାଇପାରେ, କିନ୍ତୁ ପରାଜିତ ନୁହେଁ । ଅର୍ଦ୍ଧେନ୍ଦୁଙ୍କ ମୁକ୍ତି, ଖାଲି ଅର୍ଦ୍ଧେନ୍ଦୁ ନୁହେଁ, ସତେ ଯେମିତି ଭଲ ସାମ୍ବାଦିକତାକୁ ଭଲ ପାଉଥିବା ଶହ ଶହ ସ୍ୱାଭିମାନୀଙ୍କ ସ୍ୱାଭିମାନର ବିଜୟ ଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ