Before Header

ବିଜ୍ଞାପନରେ ଗୋଲଡେନ୍ ବୟ ନୀରଜ

0 13

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅଭିନୟରେ ପାଦଦେଲେ ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସଫଳତା ପରେ ଏବେ ଅଭିନୟରେ ପାଦ ଥାପିଛନ୍ତି । ବିଜ୍ଞାପନରେ ଗୋଲଡେନ୍ ବୟ ନୀରଜ ଚୋପ୍ରା । ନୀରଜ ନିଜେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ବିଜ୍ଞାପନର ଭିଡିଓ ସେୟାର କରିଛନ୍ତି । ନୀରଜଙ୍କ ଜବରଦସ୍ତ ଅଭିନୟ ଏବେ ବିଜ୍ଞାପନ ଦୁନିଆରେ ଚର୍ଚ୍ଚା ସୃଷ୍ଟି କରିଛି ।

ଏକ କ୍ରେଡିଟ୍ କାର୍ଡ ଭିତିକ ବିଜ୍ଞାପନରେ ଅଭିନୟ କରିଛନ୍ତି ନୀରଜ । ଏଥିରେ ନୀରଜଙ୍କୁ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି । ଅଲଗା ଅଲଗା ଲୁକରେ ଅଲଗା ହେୟାର ଷ୍ଟାଇଲରେ ନଜର ଆସୁଛନ୍ତି ନୀରଜ ଚୋପ୍ରା । ତାଙ୍କ ଏହି ଅଭିନୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.