Masthead

ଶ୍ରୀରାମ ନାମରେ ପ୍ରକମ୍ପିତ ପୁରା ଦେଶ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଶ୍ରୀରାମ ନାମରେ ପ୍ରକମ୍ପିତ ପୁରା ଦେଶ । ଆଲୋକମାଳାରେ ସଜେଇ ହୋଇଛି । ଓଡ଼ିଶାର ଭଦ୍ରକ ବାଲେଶ୍ୱରରେ ବେଶ ଧୁମ ଧାମରେ ପାଳିତ ହୋଇଛି ଶ୍ରୀରାମ ନବମୀ । ମର୍ୟ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଜନ୍ମ ଅବସରରେ ପୁରା ସହର ଭଗୁଆ ରଙ୍ଗରେ ସଜେଇ ହୋଇଛି ।  ଜୟ ଶ୍ରୀରାମ ନାମରେ ପ୍ରକମ୍ପିତ ହୋଇଛି ପୁରା ଭଦ୍ରକ । ଅତ୍ୟ ଧୁମଧାମର ସହିତ ପାଳନ କରାଯାଇଛି ରାମ ନବମୀ । ୫ ଦିନ ଧରି ଭଦ୍ରକରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଗାନ୍ଧୀ ପଡ଼ିଆରେ ପୂଜା ଆୟୋଜିତ କରାଯାଇଥିଲା । ଭଗୁଆ ରଙ୍ଗରେ ସଜେଇ ହୋଇଛି ପୁରା ସହର । ସମଗ୍ର ଜିଲ୍ଲାରେ ଶ୍ରୀରାମଙ୍କର ମେଢ ପ୍ରତିଷ୍ଠା ହୋଇଛି । ମେଢ ଗୁଡିକ ଆଜି ଯଜ୍ଞ ପୂର୍ଣ୍ଣାହୂତି କରି ଭଦ୍ରକ ସହରରେ ପହଞ୍ଚିଛନ୍ତି । ବିଭିନ୍ନ ବାଦ୍ୟ ଯନ୍ତ୍ର ସହିତ ଅନେକ କାରୁକାର୍ୟ୍ୟରେ ସୁସଜିତ ହୋଇଛି । ଅପରାହ୍ନରେ ନେହେରୁ ଷ୍ଟାଡିୟମରୁ ଏକାଠି ହୋଇ ପ୍ରାୟ ୧୦୦ ରୁ ଅଧିକ ମେଢ ଶୋଭାଯାତ୍ରାରେ ବାହିଛନ୍ତି । ସେମାନେ ଶୋଭାଯାତ୍ରାରେ ଭଦ୍ରକ ସହରରେ ଧାଡିରେ ଛିଡା ହୋଇଛନ୍ତି । ଏହାପରେ ପୁରା ସହରରେ ଏହି ମେଢ ପରିକ୍ରମା କରିଛି । ସହରରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନଗର କୀର୍ତ୍ତନ ସମୟରେ ପୋଲିସ ୮ଟି ଡ୍ରୋନ କ୍ୟାମେରା ସହ କଣ୍ଟ୍ରୋଲ ରୁମରୁ ପୋଲିସ ନଜର ରଖିଛି । ଭଦ୍ରକ ପୌରାଧ୍ୟକ୍ଷ ଗୁଲମୋକ୍କି ହବିବ୍ଙ୍କ ଏକ ଚିତ୍ର ମଧ୍ୟ ଆଜି ଚର୍ଚ୍ଚାରେ ଥିଲା । ସେ ଜଣେ ମୁସଲମାନ ହୋଇଥିଲେ ମଧ୍ୟ ରାମଭକ୍ତ ମାନଙ୍କର ସେବା କରୁଥିବା ଦେଖିବାକୁ ମିଳିଥିଲା । ପ୍ରବଳ ଖରାରେ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ପୌରାଧ୍ୟକ୍ଷ ସରବତ୍ ବାଣ୍ଟିଥିଲେ ।

ବାଲେଶ୍ୱରରେ ମଧ୍ୟ ବେଶ ଧୁମଧାମରେ ପାଳିତ ହୋଇଛି ଶ୍ରୀରାମନବମୀ । ଗେରୁଆ ମୟ ହୋଇଥିଲା ସହର । ବିଭିନ୍ନ ପଡା ଏବଂ ଗାଁରୁ ଆସିଥିବା ମେଢ ବିଶାଳ ପଦଯାତ୍ରାରେ ନଗର ପରିକ୍ରମା କରିଥିଲେ । ଚଳିତ ବର୍ଷ ପଦଯାତ୍ରାର ଆକର୍ଷଣ ଥିଲା ଶ୍ରୀରାମ ଦରବାର, ଶ୍ରୀରାମ ଝାଙ୍କି, ପାରମ୍ପାରିକ ବାଦ୍ୟଯନ୍ତ୍ର ପ୍ରଦର୍ଶନ, ଗୋ ସୁରକ୍ଷା ରଥ , ଶିବାଜୀ ମହାରାଜ, କେଉଁଝର ବାଜା, ଢେଙ୍କାନାଳ ବାଜା, ମୟୁରଭଞ୍ଜ ନୃତ୍ୟ, ପିଲାମାନଙ୍କ ଦ୍ଵାରା ପୌରାଣିକ ବେଶଭୂଷା । ୪୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।  ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମର୍ୟ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ଉସଥବ ମୁଖର ପୁରପଲ୍ଲୀ । ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛୀ ସମଗ୍ର ପରିବେଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା