Masthead

ରାଫେଲ ଶଦ୍ଦରେ ଡ୍ରାଗନ ଛାନିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ-ଚୀନ ସୀମାରେ ଲାଗି ରହିଛି ଉତ୍ତେଜନା । ଚୀନ ବାରମ୍ବାର ଉଲ୍ଲଙ୍ଘନ କରୁଛି ଚୁକ୍ତି । ଭାରତୀୟ ସୀମା ଭିତରକୁ ପଶି ଆସୁଛନ୍ତି ଏହି ପଡ଼ୋଶୀ ରାଷ୍ଟ୍ରର ସୈନ୍ୟ । ଭାରତର କଡ଼ା ଆଭିମୁଖ୍ୟ ଆଗରେ ହାର ମାନୁଛି ଡ଼୍ରାଗନ । ତଥାପି ଚୀନର ସାମ୍ରାଜ୍ୟବାଦ ନୀତିକୁ କଡ଼ା ଜବାବ ଦେବା ପାଇଁ ଭାରତ ୬୦ ହଜାର କୋଟି ଟଙ୍କାରେ କିଣୁଛି ଅତ୍ୟାଧୁନିକ ଲଢୁଆ ଫାଇଟର ଜେଟ ରାଫେଲ । ଭାରତୀୟ ବାଯୁସେନାରେ ଜର୍ମାନି ନିର୍ମିତ ରାଫେଲ ସଂଖ୍ୟା ଏବେ ୧୧ ରେ ପହଂଚିଲାଣି । ଚଳିତ ବର୍ଷ ସୁଧା ଏହି ସଂଖ୍ୟା ୨୦ ଟପି ଯିବ ବୋଲି ଆଶା କରାଯାଉଛି । ପଡ଼ୋଶୀ ରାଷ୍ଟ୍ରକୁ ସୀମାରେ ଉଚିତ ଜବାବ ଦେବା ପାଇଁ ଆକାଶରେ ପଇଁତରା ମାରୁଛି ରାଫେଲ ।

ଲଦାଖ ସମେତ ପୁରା ସୀମାରେ ରାଫେଲର ଗର୍ଜନ ଡ୍ରାଗନର ଚିନ୍ତା ବଢାଇ ଦେଇଛି । ଏପରିକି ରାଫେଲର ବିକଟାଳ ଗର୍ଜନରେ ଚୀନ ର ଝାଳ ବୋହିବାରେ ଲାଗିଛି । ରାଫେଲ କୁ ମାତ ଦେବା ପାଇଁ ଚୀନ ପାଖରେ ଥିବା ଫାଇଟର ଜେଟ ଜେ -୨୦ ସକ୍ଷମ ହେବ ନାହିଁ ବୋଲି ଯୁଦ୍ଧ ବିଶେଷଜ୍ଞମାନେ କହିସାରିଲେଣି । ଚୀନ ନିଜର ଜେ-୨୦ କୁ ଅପଡ଼େଟ କରିବା ପାଇଁ ଲାଗି ପଡ଼ିଛି । ଜେ-୨୦ଅପଡ଼େଟ ହେଲେ ରାଫେଲର ମୁକବିଲା କରିପାରିବ କି ନାହିଁ ଭିନ୍ନ କଥା , ବର୍ତମାନ ପରିସ୍ଥିତିରେ ରାଫେଲ ଚୀନ ଚିନ୍ତା ବଢାଇ ଦେଇଛି ।

Image result for j-20୨୦୨୦ ଡ଼ିସେମ୍ବରରେ ଚୀନ ଗୋବିରେ ତୀର୍ଗିସ୍ଥାନ ସହ ସମରାଭ୍ୟାସ କରିଥିଲା । ଏହି ସମରାଭ୍ୟାସରେ ତୀର୍ଗିସ୍ଥାନ ଏୟାର ଫୋର୍ସ ଓ ଚୀନ ପିପୁଲସ ଲିବରେସନ ଆର୍ମି ଏୟାରଫୋର୍ସ ସାମିଲ ହୋଇଥିଲା । ଏଥିରେ ଚୀନ ର ଫାଇଟର ଜେଟ ଜେ-୨୦ ଯୁଦ୍ଧଭ୍ୟାସ କରିଥିଲା । କିନ୍ତୁ ଲଦାଖ ସୀମାରେ ଚକର କାଟୁଥିବା ରାଫେଲର ଗର୍ଜନରେ ଜେ-୨୦ ଘାବରେଇ ଯାଇଥିଲା । ଚୀନ ମଧ୍ୟ ପାକିସ୍ତାନ ମିଶି ଭାରତର ପଶ୍ଚିମ ସୀମାରେ ରାଫେଲ ଓ ସୁଖୋଇ ଫାଇଟର ଜେଟର କାର୍ଯ୍ୟଦକ୍ଷତା ଉପରେ ନଜର ରଖିଛି । ଚୀନ ପାଖରେ ଅଛି ୫୦ ଟି ଜେ-୨୦ ଫାଇଟର ଜେଟ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ