Masthead

ନୃଂଶସ ସ୍ୱାମୀ

ବାଂଶପାଳ, (ବଡ଼ ଖବର ବ୍ୟୁରୋ): ହୋମ ନିଅକୁ ସାକ୍ଷୀ ରଖି ସାତଜନ୍ମର ସାଥୀ ହୋଇ ରହିବା ଲାଗି କଥା ଦେଇଥିଲେ । ଗୋଟିଏ ଜନ୍ମ ଅଧା ହୋଇନାହିଁ, ହାତ ଛାଡିଦେଲେ ସ୍ୱାମୀ । ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ରୁଗୁଡ଼ିସାହିରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ରୁଗୁଡ଼ିସାହିର ଯଦୁ ମହାଖୁଡ଼ ତାଙ୍କ ସ୍ତ୍ରୀ ବନିତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।

ବନିତାଙ୍କ ପରପୁରୁଷଙ୍କ ସହ ସମ୍ପର୍କ ଥିଲା । ଯାହାକି ଯଦୁଙ୍କ ଦେହରେ ଯାଇନଥିଲା । ସ୍ତ୍ରୀର ପରକିୟାପ୍ରୀତି ସମ୍ପର୍କରେ ଜାଣିବା ପରେ ମୁଣ୍ଡକୁ ପୀତ ଚଢ଼ିଯାଇଥିଲା । ପ୍ରଥମେ ଝଗଡା । ପରେ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିଲେ ଯଦୁ । ପୋଲିସ ଅଭିଯୁକ୍ତ ଯଦୁଙ୍କୁ ଗିରଫ କରିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଜାରି ରଖିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ