Masthead

ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି

 ପୁରୀ (ବଡ଼ ଖବର ବ୍ୟୁରୋ):  ସବୁ ପ୍ରତୀକ୍ଷାର ଅନ୍ତ। ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କର ହେଲା ଅପୂର୍ବ ମିଳନ। ଶ୍ରୀମନ୍ଦିରରୁ ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି। ଚାହିଁ ରହିଛନ୍ତି ଭକ୍ତ। ଭକ୍ତି ସାଗରରେ ବୁଡ଼ିଲା ବଡ଼ଦାଣ୍ଡ। ଘଣ୍ଟଘଣ୍ଟା, ହୁଳହୁଳି, ହରିବୋଲ ନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ। ଜୟ ଜଗନ୍ନାଥ ଧ୍ଵନିରେ କମ୍ପଲା ଗଗନପବନ। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମଣିମା। ଶ୍ରୀଜିଉମାନଙ୍କ ପହଣ୍ଡି ନୀତି ସରିଛି।

ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ଧାଡ଼ି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ ବାହାରକୁ ଆସିଛନ୍ତି। ଏହା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଛି । ତାଙ୍କ ପଛକୁ ହଳଦୀମୁହିଁ ମା’ ସୁଭଦ୍ରାଙ୍କ ପହଣ୍ଡି  କରାଯାଇଛି । ଶେଷରେ କୋଟି ଓଡ଼ିଆଙ୍କ ମଉଡ଼ମଣି ବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁ ଜଗନ୍ନାଥ ପଦ୍ମ ପତ୍ରରେ ଜଳବିନ୍ଦୁ ପରି ଢଳି ଢଳି ନନ୍ଦିଘୋଷରେ ଚଢିଛନ୍ତି।

ଘଣ୍ଟଘଣ୍ଟା ଶବ୍ଦରେ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଚକ୍ରରାଜ ଶ୍ରୀସୁଦର୍ଶନ ଓ ମା’ ସୁଭଦ୍ରା ଦର୍ପଦଳନ ରଥରେ ବିଜେ ହୋଇଛନ୍ତି। ସେହିପରି ବଳିଆର ଭୁଜ ରୋହିଣୀ ନନ୍ଦନ ପ୍ରଭୁ ବଳଭଦ୍ର ତାଳଧ୍ଵଜ ରଥାରୂଢ ହୋଇଛନ୍ତି। ଶେଷରେ ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଛନ୍ତି।  ଆହାଃ କି ସୁନ୍ଦର ଦୃଶ୍ୟ  ।

ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ହୁଳହୁଳି, ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର ।  ମହାପ୍ରଭୁ ଜଗନ୍ନାଥଙ୍କର ଏହି ଝଲକ ଟିକେ ପାଇବା ପାଇଁ ଚାତକ ଭଳି ଚାହିଁ ରହିଥିଲେ ଭକ୍ତମାନେ । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ଥିଲା କେତେବେଳେ ମହାପ୍ରଭୁ ଜଗନ୍ନାଥ ବଡ଼ ଦାଣ୍ଡକୁ ଆସିବେ ।  ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା । ସିଂହଦ୍ୱାର ଚକଡ଼ାରେ ବିଜେ ଅଛନ୍ତି ୩ ରଥ । ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ ପ୍ରସ୍ତୁତ । ତିନି ରଥରେ ବିରାଜମାନ କଲେ ଶ୍ରୀବିଗ୍ରହ । ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ , ଏଥର ଆଗକୁ ଗଡ଼ିବ ରଥ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ