Masthead

ଏଣିକି IIT-JEE ପାଇଁ ଦରକାର ପଡିବ ନାହିଁ ଦ୍ୱାଦଶ ଶ୍ରେଣୀରେ ୭୫ ପ୍ରତିଶତ ମାର୍କ

ନୂଆଦିଲ୍ଲୀ(ବଡ ଖବର): ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଲା ଖୁସି ଖବର । ଶିକ୍ଷା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି । ଏଣିକି IIT-JEEରେ ସାମିଲ ହେବାକୁ ଆଉ ଦରକାର ପଡିବ ନାହିଁ ଦ୍ୱାଦଶ ଶ୍ରେଣୀରେ ୭୫ ପ୍ରତିଶତ ମାର୍କ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରୀଆଲ ନିଶାଙ୍କଙ୍କ ନିଷ୍ପତ୍ତି NIT,IIT,SFA ଏବଂ ଅନ୍ୟାନ୍ୟ CFTI ଆର୍ଡମିଶନର ମାନଦଣ୍ଡକୁ କୋହଳ କରାଯାଇଛି । ଶିକ୍ଷାମନ୍ତ୍ରୀ ତାଙ୍କ ଟ୍ୱିଟର ମାଧ୍ୟମରେ କହିଛନ୍ତି IIT-JEE ପାଇଁ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସର୍ବନିମ୍ନ ୭୫ ପ୍ରତିଶତ ମାର୍କ ରଖିବାକୁ ପଡିବ ନାହିଁ । ଏହାପୂର୍ବରୁ ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀରେ ୭୫ ପ୍ରତିଶତ ମାର୍କ ରଖୁଥିଲେ ଯାଇଁ ସେମାନେ NIT,IIIT CFTI ଏବଂ BE/B.TECH/A.RCH/B- ପାଠ୍ୟକ୍ରମରେ ଆଡମିସନ କରିବାକୁ ଯୋଗ୍ୟ ବିବେଚିତ ହେଉଥିଲେ।

 

ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଥର ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୭୫ ପ୍ରତିଶତ ମାର୍କର ମାନଦଣ୍ଡକୁ କୋହଳ କରାଯାଇଛି । ଏଣିକି ୭୫ ପ୍ରତିଶତ ମାର୍କର ମାନଦଣ୍ଡ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ବିବେଚନା କରାନଯାଇ ସର୍ବାଧିକ ମାର୍କ ଆଧାରରେ ଯୋଗ୍ୟ ବିବେଚିତ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’