Masthead

ଭାବଭକ୍ତି ସହ ବାହାରିନରେ ଗଡ଼ିଲା ରଥ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଖାଲି ଓଡ଼ିଶା କି ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଭାବଭକ୍ତିରେ ଗଡ଼ିଛି ରଥ । ବିଦେଶରେ ପାଳିତ ହୋଇଛି ରଥଯାତ୍ରା । ବାହାରିନରେ ଓଡ଼ିଆ ସମାଜ ପକ୍ଷରୁ ଶୁକ୍ରବାର ଦିନ ରଥଯାତ୍ରା ପାଳିତ ହୋଇଛି। ସାଗାୟାଠାରେ ଥିବା ଇସ୍କନ ଆନୁକୂଲ୍ୟରେ ମହାପ୍ରଭୁଙ୍କର ଏହି ପବିତ୍ର ଯାତ୍ରାକୁ ବେଶ ଧୁମଧାମରେ ପାଳନ କରାଯାଇଛି । ମନାମା ଶ୍ରୀନାଥଜୀ ମନ୍ଦିରରେ ବାହାରିନ ଓଡ଼ିଆ ସମାଜର ସଦସ୍ୟମାନେ ରଥଯାତ୍ରା ପାଳନ କରିଛନ୍ତି । ବିନା କୌଣସି ବାଧାରେ ମହାପ୍ରଭୁଙ୍କ ରଥ ଟାଣି ସଦସ୍ୟମାନେ ବେଶ୍ ଆନନ୍ଦିତ ହୋଇଛନ୍ତି।

ବହୁ ଉତ୍ସାହର ସହିତ ଆମେ ଏବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଳନ କରିଛୁ। ପ୍ରାୟ ୬ ହଜାର ଭକ୍ତ ଘୋଷଯାତ୍ରାରେ ସାମିଲ ହୋଇ ରଥ ଟାଣିବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଏହି ଶୁଭ ଦିନରେ ପୂରା ବାହାରିନରେ ଏକ ଈଶ୍ଵରୀୟ ପରିବେଶ ସୃଷ୍ଟି ହୋଇଥିଲା ବୋଲି କହିଛନ୍ତି ବାହାରିନ ଓଡ଼ିଆ ସମାଜର ଅଧ୍ୟକ୍ଷ ଡକ୍ଟର ଅରୁଣ ପ୍ରହରାଜ। ମନାମା ଶ୍ରୀନାଥଜୀ ମନ୍ଦିରରେ ପ୍ରଥମେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି କରାଯାଇ ରଥଟଣା ନୀତି ଆରମ୍ଭ ହୋଇଥିଲା। ଭକ୍ତମାନେ ଶ୍ରୀଜିଉଙ୍କ ରଥକୁ ଟାଣି ମନାମାସ୍ଥିତ ଶ୍ରୀନାଥଜୀ ମନ୍ଦିରକୁ ନେଇଥିଲେ। ସେଠାରେ ଚତୁର୍ଦ୍ଧାମୂରତିଙ୍କ ସ୍ଵାଗତ ପାଇଁ ଶ୍ରୀଜଗନ୍ନାଥ ସହସ୍ରନାମ ପାଠ କରାଯାଇଥିଲା।

ଏହି ଅବସରରେ ନେପାଳର ରାଜଦୂତ ଯୋଗ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ ଅବସରରେ ସନ୍ଧ୍ୟାରେ ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ବାହାରିନ ଓଡ଼ିଆ ସମାଜର ମହିଳା ସଦସ୍ୟମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାହାରିନଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଯୋଗ ଦେଇଥିଲେ। ଶେଷରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଉପସ୍ଥିତ ସମସ୍ତ ଭକ୍ତଙ୍କ ଲାଗି ମହାପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ