ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ହେଉଛି ଜଗଜ୍ଜନନୀ ମା ଦୁର୍ଗାଙ୍କ ବିଜୟା ଦଶମୀ । ଏହି ଅବସରରେ ରାବଣ ପୋଡି ପାଇଁ ଚାଲିଛି ପ୍ରସ୍ତୁତି । ଆଜି ସନ୍ଧ୍ୟାରେ ଜେଶର ବିଭିନ୍ନ ସ୍ଥାନରେ ରାବଣପୋଡି ଅନୁଷ୍ଠିତ ହେବ । ସୂଚନା ଅନୁସାରେ ଦିଲ୍ଲୀରେ ସନ୍ଧ୍ୟା ୬ଟା ଏବଂ ଲକ୍ଷ୍ନୌରେ ରାତି ୮ଟାରେ ହେବ ରାବଣପୋଡି ।
ସେହିପରି ନୋଇଡା ଏବଂ ବିହାରରେ ରାବଣ ପୋଡୀ ପାଇଁ ଚାଲିଛି ପ୍ରସ୍ତୁତି । କିନ୍ତୁ ମୁମ୍ବାଇରେ ଏଥର ରାବଣ ପୋଡି ବନ୍ଦ ରହିଛି । କରୋନା ପାଇଁ ଚଳିତ ବର୍ଷ ବଡ ଧରଣର ଆୟୋଜନ ହୋଇନାହିଁ ।ବଡ ଧରଣର ରାବଣର ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିନାହାଁନ୍ତି । ପ୍ରଥମେ ଦିଲ୍ଲୀରେ ରାବଣର ଉଚ୍ଚତା ୧୫୦ ଫୁଟ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହାକୁ କମାଇ ୫୦ ଫୁଟ କରାଯାଇଛି । ରାବଣ ପୋଡି ଆୟୋଜନ ହୋଇଥିଲେ ମଧ୍ୟ ଲୋକମାନଙ୍କୁ ସେହି ସ୍ଥାନକୁ ନ ଆସିବା ପାଇଁ ବାରଣ କରାଯାଇଛି । କେବଳ ପରମ୍ପରା ରକ୍ଷା ପାଇଁ କରୋନା ଗାଇଡଲାଇନ ମାନି ଏପରି ଆୟୋଜନ କରାଯାଇଛି ।