Masthead

ମାଟି ଚୋରା ଚାଲାଣ, ବିପଦରେ ନଦୀ

ପଦ୍ମପୁର(ବଡ଼ ଖବର ବ୍ୟୁରୋ): ପଦ୍ମପୁର ନିକଟସ୍ଥ ଲୁହୁରାକୋଟ ଗାଁ ଦେଇ ବହୁଛି ଅଙ୍ଗ ନଦୀ । ନଦୀକୁଳରୁ ଅବୈଧ ମାଟି ଚେରା ଚାଲାଣ ଯୋଗୁଁ ଅବବାହିକା ଏବେ ବିପଦରେ । ସୁକୁଳିପାହାଡ ଗ୍ରାମରୁ ସରାଇକେଲା ଲିପ୍ଟ ଇରିଗେସନ ପଏଣ୍ଟ ମଧ୍ୟରେ ନଦୀ ଅବବାହିକାର ରୂପରେଖ ସଂପୂର୍ଣ୍ଣ ବଦଳିଗଲାଣି । କେତେକ ଜାଗାରେ ୧୦-୧୨ ଫୁଟରୁ ଅଧିକ ଅଂଚଳରୁ ମାଟି ଖୋଳା ଯାଇ ଚାଲାଣ ହୋଇଛି । ଏହିପରି କାର୍ଯ୍ୟ ଦୀର୍ଘ ଦୁଇବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଚାଲିଛି । ହେଲେ ପ୍ରଶାସନର ଚେତା ପଶୁ ନାହିଁ । ବଡ ଧରଣର ବନ୍ୟା ଆସିଲେ ନଦୀର ଗତିପଥ ବଦଳାଇ ପଦ୍ମପୁର ମୁଖ୍ୟରାସ୍ତାକୁ ଧୋଇ ଦେବାର ସମ୍ଭାବନା ରହିଛି । ନଦୀ ଅବବାହିକାରୁ ମାଟି ଉଠାଉଛି କିଏ? କେଉଁ ଅଧିକାରୀ କେତେ ପରିମାଣର ମାଟି ଉଠାଇବା ଅନୁମତି ଦେଇଛନ୍ତି? ପରିବେଶ ମଞ୍ଜୁରୀ ପାଇଛନ୍ତି କି ନାହିିଁ? ମୃତ୍ତିକା କ୍ଷୟ ରୋକିବା ପାଇଁ କେତେ ଗଛ ଲଗାଇବେ? ରାସ୍ତା ମରାମତି କିଏ କରିବ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ରାସ୍ତାରେ ପ୍ରତିଦିନ ଅନେକ ଅଧିକାରୀ ଯିବାଆସିବା କରନ୍ତି । ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜୁ ଥିବାରୁ ଅଧିକାରୀ ଏବଂ ମାଫିଆମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଲୋକେ ଚର୍ଚ୍ଚା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ