ଡକାୟତ ଗ୍ୟାଙ୍ଗ-ଗ୍ରାମବାସୀ ଖଣ୍ଡଯୁଦ୍ଧ

ସୋର(ବଡ଼ ଖବର ବ୍ୟୁରୋ): ଡକାୟତ ଗ୍ୟାଙ୍ଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ୪ ଗ୍ରାମବାସୀ ଗୁରୁତର, ଜଣେ ଡକାୟତକୁ କାବୁ କଲା ପୋଲିସ । ବାଲୋଶ୍ୱର ଜିଲ୍ଲା ହରିଡାପଡା ଅଂଚଳର ସୁଦାମ ଚରଣ ବାଉଲି ଶନିବାର ରାତିରେ ନିଜ ଘରକୁ ଫେରୁଥିଲେ । ପିତାକାଳିଆ ଛକ ନିକଟରେ ୭ ଜଣ ଡକାୟତ ତାଙ୍କୁ ଅଟକାଇଥିଲେ । ସେ ସଙ୍ଗେ ସଙ୍ଗେ ତାଙ୍କ ମୋବାଇଲରେ ଘର ପାଖ ଲୋକଙ୍କୁ ଫୋନ କରି ଡାକିଥିଲେ । ଡକାୟତମାନେ ସୁଦାମଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ସେହି ସମୟରେ ସ୍ଥାନୀୟ ଲୋକ ସୁଦାମଙ୍କ ଡାକ ଶୁଣି ପହଁଂଚିଯାଇଥିଲେ । ସେମାନଙ୍କୁ ବି ଦୁର୍ବୃତ୍ତମାନେ କଟୁରୀ ଓ ବନ୍ଧୁକରେ ଆକ୍ରମଣ କରିଥିଲେ । ଗ୍ରାମବାସୀ ମଧ୍ୟ ଦୁର୍ବୃତ୍ତଙ୍କୁ ଆକ୍ରମଣ କରିଥିଲେ । କିଛି ସମୟ ଧରି ଗ୍ରାମବାସୀ ଓ ଡକାୟତଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଚାଲିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଂଚି ଜଣେ ଦୁର୍ବୁତ୍ତଙ୍କୁ କାବୁ କରିଥିଲା । ଡକାୟତଙ୍କ ଆକ୍ରମଣରେ ସୁଦାମ ଚରଣ ବାଉଲି, ଅଜୟ କୁମାର ବେହେରା, ପ୍ରଦୀପ କୁମାର ମହାକୁଡ ଗୁରୁତ୍ତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସ କାବୁ କରିଥିବା ଦୁର୍ବୁ୍ତ୍ତ ଜଣକ କେନ୍ଦ୍ରପଡା ମାର୍ଶାଘାଇ ଅଂଚଳର ପ୍ରଦ୍ୟୁମ୍ନ ସେନାପତି ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’