Masthead

୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ପ୍ରଦେଶ କଂଗ୍ରେସ କାର୍ୟ୍ୟକାରିଣୀ ବୈଠକରେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କର ଭୂମିକାକୁ ତୀବ୍ର ନିନ୍ଦା କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଅପରାଧୀମାନଙ୍କୁ ଘଂଟ ଘୋଡ଼ାଉଛନ୍ତି । ଅପରାଧରେ ସଂଶ୍ଳିଷ୍ଟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏ ପର୍ଯ୍ୟନ୍ତ ବରଖାସ୍ତ କରୁନାହାନ୍ତି । ତାଙ୍କ ବିରୋଧରେ ଆପତଃ ପ୍ରମାଣ ଥାଇ ମଧ୍ୟ ମକୋଦ୍ଦମା ରୁଜୁ କରୁନାହାନ୍ତି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ନାରୀ ନିର୍ଯାତନା ଘଟିଚାଲିଛି । ସମଗ୍ର ରାଜ୍ୟ ଆଜି ଅପରାଧୀମାନଙ୍କ ଚରାଭୂଇଁ ପାଲଟିଛି ।

ଆଇନ କାନୁନକୁ ଭୃକ୍ଷେପ ନାହିଁ । ହତ୍ୟା, ଗଣଦୁର୍ଷ୍କମ ମାନବ ଚାଲାଣ ଏବଂ ନିଶା ସାମଗ୍ରୀର କାରବାର ଏ ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧିପାଇ ଚାଲିଛି। ସୁତରାଂ ୧୦ ଦିନ ମଧ୍ୟରେ ଯଦି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଦା ନକରନ୍ତି, ତାଙ୍କ ବିରୋଧରେ ଫୌଜଦାରୀ ମକୋଦ୍ଦମା ଦାୟର ନକରନ୍ତି ଏବଂ ତାଙ୍କୁ ଗିରଫ ନକରନ୍ତି ଏହାର ପ୍ରତିବାଦରେ ନଭେମ୍ବର ୧୨ ଶୁକ୍ରବାର ଦିନ ଓଡ଼ିଶା ବନ୍ଦ କରିବାକୁ କଂଗ୍ରେସ ଦଳ ନିଷ୍ପତି ନେଇଛି ବୋଲି ପିସିସି ଉପସଭାପତି ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି। ନାରୀର ସମ୍ମାନ ଓ ନାରୀ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ନିଷ୍ପତିକୁ ଓଡ଼ିଶାବାସୀଙ୍କୁ କଂଗ୍ରେସ ତରଫରୁ ନିବେଦନ ପୂର୍ବ ପ୍ରାଣରେ ସହଯୋଗ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ