Masthead

ପୁଣି ଦେଖାଦେଇଛି ମଶାଣି ବିବାଦ

ଘରେ ପଡି ରହିଛି ମୃତଦେହ

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲାରେ ଦେଖାଦେଇଛି ଏକ ଦୁଃଖଦ ଘଟଣା । ବୃଦ୍ଧଙ୍କ ମୃତଦେହ ସତ୍କାରକୁ ନେଇ ଗ୍ରାମରେ ଲାଗି ରହିଛି ଉତ୍ତେଜନା । ଘରେ ପଡି ରହିଛି ବୃଦ୍ଧଙ୍କ ମୃତଦେହ । ଏହି ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟୁଥିବାବେଳେ ଏବେ ସାମନାକୁ ଆସିଛି ଆଉ ଏକ ମଶାଣି ବିବାଦ ଘଟଣା । ଏଥର ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ସିଉନାଗୁଡ଼ା ଗାଁରେ ।

ଦୀର୍ଘ ଦିନ ଧରି ପକ୍ଷାଘାତରେ ପିଡିତ ଥିବା ୬୮ ବର୍ଷୀୟ ବୃଦ୍ଧ ଡାମୁ ସାନ୍ତାଙ୍କ ସିଉନାଗୁଡା ସ୍ଥିତ ଘରେ ମୃତ୍ୟୁ ହୋଇଥିଲା । ପରେ ତାଙ୍କ ମୃତ ଦେହର ସତ୍କାରକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି । ବୃଦ୍ଧଙ୍କ ପରିବାର କିଛି ବର୍ଷ ପୂର୍ବେ ଭିନ୍ନ ଧର୍ମ ଗ୍ରହଣ କରିଥିବାରୁ ତାଙ୍କ ମୃତଦେହକୁ ଗ୍ରାମର ମଶାଣିରେ ସତ୍କାର ପାଇଁ ମନା କରିବାରୁ ଏଭଳି ବିବାଦ ଦେଖାଦେଇଛି । ଘଟଣାର ସଂପର୍କରେ ଜାଣି ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଉକ୍ତ ଗ୍ରାମରେ ନପହଂଚିବାରୁ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏ ଅଂଚଳରେ ହେଉଥିବା ବେନିୟମ ଧର୍ମାନ୍ତରିକରଣ ଯୋଗୁଁ ବାରମ୍ବାର ଏଭଳି ଘଟଣା ସାମନାକୁ ଆସୁଥିବା ଅଭିଯୋଗ କରିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ ।

ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କିଛି ଲୋକ ବିଭିନ୍ନ ଅଂଚଳ ବୁଲି ଲୋକଙ୍କୁ ବିଭିନ୍ନ ପ୍ରକାର କଥା କହି ନିଜ ସମ୍ପ୍ରଦାୟରେ ସାମିଲ କରୁଛନ୍ତି କିନ୍ତୁ ସାମିଲ ପୂର୍ବରୁ ସେମାନଙ୍କୁ ନିଜ ସାମାଜିକ ଅଧିକାର ସମ୍ପର୍କରେ ଅବଗତ ନ କରାଇବାରୁ ଏଭଳି ଘଟଣା ବଢିବାରେ ଲାଗିଛି । ସେପଟେ ଧର୍ମ ପରିବର୍ତ୍ତନ ଯୋଗୁଁ ଗ୍ରାମବାସୀ ମଶାଣିରେ ଜାଗା ଦେଉ ନଥିବା କହିବା ସହ ପୋଲିସକୁ ଖବର ଦେବା ପରେ ମଧ୍ୟ ପୋଲିସ ଘଟଣାସ୍ଥଳରେ ନ ପହଂଚିବାରୁ ବୃଦ୍ଧ ବାପାଙ୍କ ମୃତଦେହ ଘରେ ପଡି ରହିଥିବା ବୃଦ୍ଧଙ୍କ ସମ୍ପର୍କୀୟ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା