Masthead

ସରିଲା ମା’ଙ୍କ ପୂଜା; ଆଜି ଭସାଣି

ରେଙ୍ଗାଲି (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ପକ୍ଷରୁ ମା’ଙ୍କ ସାର୍ବଜନୀନ ପୂଜା ଶେଷ ହୋଇଛି । ଯୁବଶିଳ୍ପୀ ପ୍ରଭାତ ମାହାଣାଙ୍କ ଦ୍ୱାରା ନିର୍ମିତ ମା’ଙ୍କ ମୃଣ୍ମୟମୂର୍ତ୍ତି ବିଶେଷ ଆକର୍ଷଣ ଥିଲା। କୋଭିଡ କଟକଣା ଭିତରେ ବିଧିବିଧାନ ଅନୁସାରେ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଛି । କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ମାକ୍ସ, ସାନିଟାଜର, ପ୍ରାଥମିକ ଚିକିତ୍ସାର ସମସ୍ତ ସାମଗ୍ରୀ ମହଜୁଦ ରଖାଯାଇଥିଲା । ଭକ୍ତମାନେ ସାମାଜିକ ଦୂରତା ରକ୍ଷାକରି ମା’ଙ୍କୁ ଦର୍ଶନ କରିଥିଲେ । ସୋମବାର ପୀଠରେ ମା’ଙ୍କ ଦଶମୀ ପୂଜା ସହ ଅପରାଜିତା ପୂଜା ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ ମହାଆଳତି ସମୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ହୋମ ଯଜ୍ଞ ସହ ମା’ଙ୍କ ଘଟ ବିସର୍ଜନ କରାଯାଇଥିଲା ।

ଆଜି ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । ବିନା ଭକ୍ତରେ ମା’ଙ୍କ ବିସର୍ଜନ ବିଶ୍ୱାସ କରିହେଉନି । କରୋନାର କଟକଣା ଯୋଗୁଁ ପୋଲିସ ଫୋର୍ସର ଆବଶ୍ୟକତା ନଥିଲେ ମଧ୍ୟ ଥାନା ଅଧିକାରୀ ଆଇନ ଶୃଙ୍ଖଳା ପ୍ରତି ଯତ୍ନବାନ ଥିବା କହିଛନ୍ତି । ରେଙ୍ଗାଲି ବସଷ୍ଟାଣ୍ଡ ଅଞ୍ଚଳର ସମସ୍ତ ଯୁବକଙ୍କର ଉଦ୍ୟମ କ୍ରମେ ସାର୍ବଜନୀକ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ