Masthead

ଜୁଲାଇରେ ୧୫ ଦିନ ବ୍ୟାଙ୍କ ବନ୍ଦ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଜୁଲାଇ ମାସରେ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଦ୍ଵାରା ଜାରି ଛୁଟି ତାଲିକାରେ ବିଭିନ୍ନ ଧାର୍ମିକ ଉତ୍ସବ ପାଇଁ ୯ଟି ଛୁଟି ଦିନ ରହିଛି। ଅବଶ୍ୟ ଏଗୁଡ଼ିକ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ରହିଛି। କିନ୍ତୁ ସମୁଦାୟ ଛୁଟିକୁ ହିସାବ କଲେ ୧୫ ଦିନ ରହୁଛି।

ଚଳିତ ମାସ ୪ଟି ରବିବାର ଓ ଦ୍ଵିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ୬ ଦିନ ସାପ୍ତାହିକ ଛୁଟି ରହୁଛି। ୧୨ ତାରିଖରେ ରଥଯାତ୍ରା ପାଇଁ ଓଡ଼ିଶା ଓ ମଣିପୁରରେ ଛୁଟି ରହୁଥିବା ବେଳେ, କଙ୍ଗ ପାଇଁ ରାଜସ୍ଥାନରେ ଛୁଟି ରହୁଛି।୧୩ ଜୁଲାଇରେ ଭାନୁ ଜୟନ୍ତୀ ଓ ୧୪ ଜୁଲାଇରେ ଏକ ସ୍ଥାନୀୟ ପର୍ବ ପାଇଁ ସିକିମରେ ଛୁଟି ରହୁଛି। ୧୪ ଜୁଲାଇରେ ହରେଲା ପୂଜା ପାଇଁ ଉତ୍ତରାଖଣ୍ଡରେ ଛୁଟି ରହୁଛି। ୧୭ ଜୁଲାଇରେ ମେଘାଳୟର ମହାନ ସ୍ଵାଧୀନତା ସଂଗ୍ରାମୀ ଟ୍ରିଅଟ ସିଂହଙ୍କ ସ୍ମାରକୀ ଦିବସ ଓ ଖରାଚିପ ପୂଜା ପାଇଁ ମେଘାଳୟ ଓ ତ୍ରିପୁରାରେ ଛୁଟି ଦିନ ରହିଛି। ସେହିଭଳି ୧୯ ତାରିଖରେ ଗୁରୁ ରିମ୍ପୋଚେ ଥଙ୍ଗକାର ତେସୁଙ୍କ ଜନ୍ନଦିବସ ପାଇଁ ମେଘାଳୟରେ ଛୁଟି ରହୁଛି।

୧୯ ଓ ୨୦ରେ ବକ୍ରି ଇଦ୍ ଓ ଇଦ୍ ଅଲ ଆଧା ପାଇଁ ବ୍ୟାଙ୍କ ଛୁଟି ରହୁଛି। ୩୧ ଜୁଲାଇରେ କେର୍ ପୂଜା ପାଇଁ ତ୍ରିପୁରାରେ ବ୍ୟାଙ୍କ ଛୁଟି ରହୁଛି। ବକ୍ରି ଇଦ୍ ଓ ଇଦ୍ ଅଲ୍ ଆଧା ପାଇଁ ଦେଶର ଅଧିକ ରାଜ୍ୟରେ ଛୁଟି ଦନ ରହୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ