Masthead

ପାକିସ୍ତାନ ବିରୋଧୀ ରାଲିରେ ଆଖିବୁଜା ଗୁଳିଚଳାଇଲା ତାଲିବାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଢିବାରେ ଲାଗିଛି ତାଲିବାନର କ୍ରୁରତା । କାବୁଲରେ ପାକିସ୍ତାନ ବିରୋଧରେ ହେଉଥିବା ରାଲିରେ ଆଖିବୁଜା ଗୁଳିଚଳାଇଛି ତାଲିବାନ । ତେବେ ଆଫଗାନିସ୍ତାନ କାର୍ଯ୍ୟରେ ପାକିସ୍ତାନ ବାରମ୍ବାର ହସ୍ତକ୍ଷେପ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ରାଲିରେ ବହୁସଂଖ୍ୟକ ମହିଳା ସାମିଲ ହୋଇଥିଲେ । ଏହି ରାଲିଟିକୁ ସେମାନେ ରାଷ୍ଟ୍ରପତି ବାସଭବନ ପାଖରେ ଥିବା ସେରେନା ହୋଟେଲ ନିକଟରେ କରୁଥିଲେ ।

କାରଣ ଗତ ସପ୍ତାହେ ଧରି ଆଇଏସଆଇ ମୁଖ୍ୟ ଏହି ହୋଟେଲରେ ରହିଆସୁଛନ୍ତି । ତେବେ ଏହି ଗୁଳିମାଡ଼ରେ କେତେଜଣ ମୃତାହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏହି ରାଲିରେ ପାଖାପାଖି ୭୦୦ରୁ ଅଧିକ ଲୋକ ସାମିଲ ଥିଲେ । ଅପରପକ୍ଷରେ ଆଫଗାନିସ୍ତାନର ଅନେକ ଅଞ୍ଚଳରେ ପୂର୍ବରୁ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ହେଲେ ପ୍ରଥମଥର ପାଇଁ ଆଫଗାନିସ୍ତାନର ରାଜଧାନୀ କାବୁଲ ଠାରେ ପାକ ବିରୋଧୀ ନାରା ଶୁଣିବାକୁ ମିଳିଥିଲା । କେବଳ ଏତିକି ନୁହେଁ ବରଂ ଗତକାଲି ଇରାନ ମଧ୍ୟ ପଞ୍ଜଶିରରେ ପାକିସ୍ତାନୀ ବାୟୁସେନା ଆକ୍ରମଣକୁ ବିରୋଧ କରିଥିଲା ଏବଂ ଆଫଗାନିସ୍ତାନରେ ବାହ୍ୟ ଦେଶର ହସ୍ତକ୍ଷେପକୁ ନିନ୍ଦା କରିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ