Masthead

କାଲିଠୁ ନାଟମଣ୍ଡପ ମରାମତି କାମ

ପୁରୀ(ବଡ଼ ଖବର ବ୍ୟୁରୋ): ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡମ ମରାମତି କାମ । ଗରୁଡ଼ ସ୍ତମ୍ଭରୁ ପ୍ରଥମେ କାର୍ଯ୍ୟ ଆରମ୍ଭ ହେବ । ମରାମତି ପାଇଁ ପ୍ରଥମେ ତିଆରି ହେବ ୱାର୍କିଂ ପ୍ଲାଟଫର୍ମ। ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ କାମ କରାଯିବ । ମରାମତି କାମ ସମୟରେ ଶ୍ରଦ୍ଧାଳୁ, ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ । ନୀତିକାନ୍ତି ବ୍ୟାଘାତ ନହେଲା ଭଳି ମରାମତି କାମ ଚାଲିବ ।

ନୀତିକାନ୍ତି ଯେତେବେଳେ ନଥିବା ସେହି ସମୟରେ କାମ କରାଯିବ । କାର୍ତ୍ତିକ ମାସ ସରିଲେ, ପୂର୍ଣ୍ଣ ସମୟ ଦେଇ କାମ ହେବ । ଏନେଇ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାର୍ଯ୍ୟ ସାରିବା ନେଇ ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ । ମରାମତି ସମୟରେ ସମସ୍ତ ସହଯୋଗ ଯୋଗାଇବ ଶ୍ରୀମନ୍ଦିର ପ୍ରଶାସନ ।

କାର୍ଯ୍ୟର ଅନୁଧ୍ୟାନ କରିବେ ଆମିକସ୍ କୁ୍ୟରି । ୧୫ ଦିନରେ ହାଇକୋର୍ଟଙ୍କୁ ଆସିକସ୍ କୁ୍ୟରି ରିପୋର୍ଟ ଦେବେ । ଦିନକୁ ୬ ଘଣ୍ଟା କାମ କରିବା ସହ ୧୨୦ ଦିନ ମଧ୍ୟରେ କାମ ସରିବ । ଡିସେମ୍ବର ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି । କାର୍ତ୍ତିକ ମାସ ଓ ଶ୍ରୀମନ୍ଦିର ପରିକ୍ରମା ପଷ୍ଠଳୂ କାର୍ଯ୍ୟ ଚାଲିଥିବା ନେଇ ସତ୍ୟପାଠ ଦାଖଲ କରିଥିଲେ ଏଏସଆଇ । ଜାରୁଆରୀ ୨୪ ପରେ କାର୍ଯ୍ୟ କରିବା ନେଇ ସମୟ ନେଇଥିଲା ଏଏସଆଇ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ