Masthead

ମନରୁ ଲିଭିନି ସେ କାଳ ରାତି, ପୁଣି ବାହାନଗା ଟ୍ରେନ ଟ୍ରାଜେଡିର ପୁନରାବୃତ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଏଯାଏଁ ମନରୁ ଲିଭିନି କାଳର ସେ କରାଳ ରାତି । ଆଖି ବନ୍ଦ କଲେ ଦିଶୁଛି ସେଇ ଯନ୍ତ୍ରଣାରେ ଛଟପଟ ହୋଇ ଚିକ୍ରାର କରୁଥିବା ଲୋକଙ୍କ ସ୍ୱର । କିନ୍ତଉ ପୁଣି ହୋଇଛି ଏହାର ପୁନରାବୃତ୍ତି । ବାହାନଗା ଟ୍ରେନ ଟ୍ରାଜେଡିର ଦୁଃଖ ମନରୁ ଲିଭି ନଥିବା ବେଳେ ପୁଣି ଓଡିଶା ସୀମାରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି । ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତୀ ଜିଲ୍ଲା ବିଜୟନଗରମ୍ ଜିଲ୍ଲା କାଣ୍ଟାକାପାଲ୍ଲୀ ଓ ଆଲମଣ୍ଡା ଷ୍ଟ୍ରେସନ ମଧ୍ୟରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି । ଏପର୍ଯ୍ୟନ୍ତ ବେସରକାରୀ ଭାବେ ଟ୍ରେନ ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ଓ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି ।

ଆହତ ଯାତ୍ରାଙ୍କ ମଧ୍ୟରେ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଏହାକୁ ଆଖି ଆଗରେ ରଖି ୧୦ଟି ଟ୍ରେନକୁ ବାତିଲ କରିଦିଆଯାଇଛି । ୩ଟି ଟ୍ରେନକୁ ଆଂଶିକ ବାତିଲ ଓ ୧୦ଟି ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ପଲାସା- ବିଶାଖପାଟଣା ସ୍ପେଶିଆଲ ଟ୍ରେନ, ବିଶାଖାପାଟନମ କୋବ୍ରା ଏକ୍ସପ୍ରେସ, ପଲାସା –ବିଶାଖପାଟନମ ସ୍ପେଶିଆଲ ଟ୍ରେନ, ବିଶାଖପାଟନମ-ପାରାଦୀପ ଏକ୍ସପ୍ରେସ, ପାରାଦୀପ ବିଶାଖପାଟନମ ଏକ୍ସପ୍ରେସ ବାତିଲ କରାଯାଇଛି ।ଆନ୍ଧ୍ରପ୍ରଦେଶର କାଣ୍ଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ରେଳ ଦୁର୍ଘଟଣା ପରେ ୧୦ଟି ଟ୍ରେନକୁ ବାତିଲ କରିଦିଆଯାଇଛି ।

ସେହିପରି ୩ଟି ଟ୍ରେନକୁ ଆଂଶିକ ବାତିଲ ଓ ୧୦ଟି ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ପଲାସା- ବିଶାଖପାଟଣା ସ୍ପେଶିଆଲ ଟ୍ରେନ, ବିଶାଖାପାଟନମ କୋବ୍ରା ଏକ୍ସପ୍ରେସ, ପଲାସା –ବିଶାଖପାଟନମ ସ୍ପେଶିଆଲ ଟ୍ରେନ, ବିଶାଖପାଟନମ-ପାରାଦୀପ ଏକ୍ସପ୍ରେସ, ପାରାଦୀପ ବିଶାଖପାଟନମ ଏକ୍ସପ୍ରେସ ବାତିଲ କରାଯାଇଛି । ଶନିବାର ସଂଧ୍ୟା ୭ଟା ସମୟରେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କାଣ୍ଟାକାପାଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା ପଲାସା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ । ଠିକ୍ ଏହି ସମୟରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ ପଛ ପଟୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ