Masthead

ଆଜି ପ୍ୟାରିସ ଅଲିମ୍ପିକ୍ସର ଉଦଯାପନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ପ୍ୟାରିସ ଅଲିମ୍ପିକ୍ସର ଉଦଯାପନୀ । ଆଜି ସରିବ ପ୍ୟାରିସ୍ ଅଲିମ୍ପିକ୍ସ, ଭାରତର ଧ୍ୱଜା ଧରିବେ ମନୁ ଓ ଶ୍ରୀଜେଶ । ଆଜି ଅପରାହ୍ନରେ ଉଦଯାପାନୀ ସମାରୋହ ନେଇ ଧୁମଧାମ ଆୟୋଜନ ହୋଇଛି । ଏ ଅବସରରେ ବିଭିନ୍ନ ପଦକ ବିଜେତା ନିଜ ନିଜ ଦେଶର ଜାତୀୟ ପତାକା ଧରିବେ । ଭାରତ ପକ୍ଷରୁ ମନୁ ଭାକର ଓ ପି.ଆର ଶ୍ରୀଜେଶ ଜାତୀୟ ପତାକା ଧରିବେ । ଗତ ଜୁଲାଇ ୨୬ରେ ଆରମ୍ଭ ହୋଇଥିଲା ଏହି କ୍ରୀଡା ମହାକୁମ୍ଭ ।

ତେବେ ଚଳିତ ଅଲିମ୍ପିକ୍ସରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ ବେଳେ ମାତ୍ର ୬ଟି ପଦକ ପାଇଛନ୍ତି । ପ୍ୟାରିସ୍‌ ଅଲିମ୍ପିକ୍ସରେ ସୁଟିଂରୁ ଭାରତ ତା’ର ପଦକ ଅଭିଯାନ ଆରମ୍ଭ କରିଥିଲା । ସୁଟିଂରେ ଚଳିତ ଥର ୩ଟି ପଦକ ଜିତିଛି ଭାରତ । ଭାରତ ପକ୍ଷରୁ ମନୁ ଭାକର ପ୍ରଥମ ପଦକ ଜିତିଥିଲେ । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ଭାରତ ପାଇଁ ପ୍ରଥମ ବ୍ରୋଞ୍ଜ୍ ପଦକ ଜିତିଥିଲେ । ଏହାପରେ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ପୁଣି ଥରେ ମନୁ ଭାକର ଓ ସରବଜୋତ ସିଂ ଆଉ ଏକ ବ୍ରୋଞ୍ଜ ମେଡାଲ ଜିତିଥିଲେ ।

ସ୍ୱପ୍ନିଲ କୁଶାଲେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍‌ରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଭାରତକୁ ଚତୁର୍ଥ ପଦକ ହକିରୁ ଆସିଥିଲା । ମଧ୍ୟ ବ୍ରୋଞ୍ଜ ମେଡାଲ ଜିତିଛି ଟିମ୍‌ ଇଣ୍ଡିଆ । ଜାଭେଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଚଳିତ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି । କୁସ୍ତିରୁ ମଧ୍ୟ ଚଳିତ ଅଲିମ୍ପିକ୍ସରେ ପଦକ ଆସିଛି । ପୁରୁଷ ୫୭ କେଜି ଫ୍ରି ଷ୍ଟାଇଲ କୁସ୍ତିରେ ଅମନ ଶେରାୱତ ବ୍ରୋଞ୍ଜ୍‌ ମେଡାଲ ଜିତିଛନ୍ତି । ଏଥର ଗୋଟିଏ ବି ସ୍ବର୍ଣ୍ଣ ପାଇନି ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା