Masthead

ଚଉଡା ପାଇପ ଲାଇନ ଯୋଗେ ଶ୍ରମିକଙ୍କୁ ହେବ ଉଦ୍ଧାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତିନି ଦିନରେ ପହଞ୍ଚିଲାଣି ଉତ୍ତରକାଶୀରେ ସୁଡ଼ଙ୍ଗ ଭୁଶୁଡିବା ଘଟଣା । ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ । କିଭଳି ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଯୋଜନା ଚଳାଇଛନ୍ତି । ୮ଟି ରାଜ୍ୟର ୪୦ରୁ ଅଧିକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ‘ଆର୍ଥ ଅଗର’ ମେସିନ୍ ଅଣାଯାଇଛି । ଆର୍ଥ ଅଗର ମେସିନ ସାହାଯ୍ୟରେ ଡ୍ରିଲ କରି ୯୦୦ ମିଲିମିଟର ଗୋଲେଇର ପାଇପ୍ ଗୁଡ଼ିକୁ ଖଞ୍ଜାଯିବ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବ ଏହି ମେସିନ୍ ।

ଏହାରି ଭିତରେ ଆଶ୍ୱସ୍ତିକର ଖବର ହେଉଛି ଯେ ସୁଡଙ୍ଗ ଭିତରେ ଫସିରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା କୁହାଯାଉଛି । ସେପଟେ ଟନେଲ ଭିତରେ ଫସିଥିବା ଶ୍ରମିକଙ୍କୁ ଖାଦ୍ୟ, ପାନୀୟ, ଔଷଧ ଓ ଅକ୍ସିଜେନ, ପାଇପ ସାହାଯ୍ୟରେ ପଠାଯାଉଛି । ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଭିଟାମିନ ଯୁକ୍ତ ଖାଦ୍ୟ ଓ ଡ୍ରାଏଫୁଡ ମଧ୍ୟ ପଠାଯାଉଛି । ଯାହା ସେମାନଙ୍କୁ ଦୀର୍ଘ ଘଂଟା ପାଇଁ ସତେଜ ଓ ସୁସ୍ଥ ରଖିବ । ସ୍ଥାନୀୟ ପ୍ରଶାସନ କହିଛି ଯଥା ସମ୍ଭବ ଚେଷ୍ଟା କରାଯାଉଛି କିଭଳି ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ