Masthead

କୋଟିଆ ସୀମା ବିବାଦ ମାସକ ଭିତରେ ସମାଧାନ କର : ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):କୋଟିଆ ପାଇଁ ଆଗକୁ ଆସିଲା ବିଜେପି । ସାରା ରାଜ୍ୟରେ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ ଆନ୍ଦୋଳନ କରିବ ବିଜେପି । ତେଣେ ବିଜେଡି କହିଛି ବିଜେପି କରୁଛି ହୀନ ରାଜନୀତି ।  ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା କରି କୋଟିଆ ସୀମା ବିବାଦ ସମାଧାନ କର । ମାସକ ଭିତରେ ବିବାଦର ସମାଧାନ କର । ମହଲତ ଦେଲା ବିଜେପି । ନଚେତ ରାଜ୍ୟବ୍ୟାପୀ ‘ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼’ ଆନ୍ଦୋଳନ କରିବ ବିଜେପି । କେବଳ କୋଟିଆ ନୁହେଁ, ଗଜପତି, ଗଞ୍ଜାମ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ସେଠାରେ ମଧ୍ୟ କିଛି ପଞ୍ଚାୟତରେ ଆନ୍ଧ୍ର ପୋଷ୍ଟର ଲାଗୁଛି । ବାସହୀନ ଲୋକଙ୍କୁ ପଟା ବାଣ୍ଟୁଛି ଆନ୍ଧ୍ର । ତେଣେ କୋଟିଆକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ରାଜସ୍ବ ମନ୍ତ୍ରୀ । ସୁପ୍ରିମକୋର୍ଟ ଦୁଇ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ନୋଟିସ କରିସାରିଛନ୍ତି । କେନ୍ଦ୍ର ସରକାର ଦୁଇ ରାଜ୍ୟକୁ ଡାକି ସମାଧାନ କରନ୍ତୁ । ବିରୋଧୀ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।   କୋଟିଆକୁ ନେଇ ବିଜେପି ବିଜେଡି କାଦୁଅ ଫିଙ୍ଗାରେ ବ୍ୟସ୍ତ । ତେଣେ ଆନ୍ଧ୍ର ଲକ୍ଷ୍ୟ ହାସଲରେ ଲାଗିପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ