Masthead

୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଜିଡିପି ଗ୍ରୋଥ୍ ରେଟ୍ ମାଇନସ୍ ୭.୩%

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭୁଶୁଡ଼ିଛି ଭାରତର ଅର୍ଥ ବ୍ୟବସ୍ଥା। ମହାମାରୀ କରୋନା ମାଡ଼ରେ ଘାଇଲା ହୋଇଥିବା ଦେଶର ଜିଡିପି ୨୦୨୧ ଆର୍ଥିକ ବର୍ଷରେ ବିଯୁକ୍ତ ୭.୩%ରେ ଅଟକି ଯାଇଛି। ଦୀର୍ଘ ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଦେଶର ଅର୍ଥନୀତିରେ ଏଭଳି ଖରାପ ଅବସ୍ଥା ଦେଖିବାକୁ ମିଳିଛି।

ଭାରତ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିବା ଏହି ରିପୋର୍ଟ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଜିଡିପି ଗ୍ରୋଥ୍ ରେଟ୍ ରହିଛି ମାଇନସ୍ ୭.୩ ପ୍ରତିଶତ । ଯାହାକି ଗତ ଚାରି ଦଶନ୍ଧି ଭିତରେ ସର୍ବନିମ୍ନ । ୧୯୭୯-୮୦ ବର୍ଷରେ ଶେଷ ଥର ପାଇଁ ଦେଶର ଜିଡିପି ଅଭିବୃଦ୍ଧି ହାର ମାଇନସ ୫.୨୦ ପ୍ରତିଶତ ରହିଥିଲା । କିନ୍ତୁ ଏହା ପରେ କୌଣସି ବର୍ଷ ଦେଶର ଜିଡିପି ଅଭିବୃଦ୍ଧି ହାର ଶୂନ ତଳକୁ ଖସି ନଥିଲା । ଏପରିକି ୧୯୯୧-୯୨ରେ ବି ଆର୍ଥକ ବର୍ଷର ଜିଡିପି ଅଭିବୃଦ୍ଧି ହାର ମଧ୍ୟ ୧.୪ ପ୍ରତିଶତ ରହିଥିଲା । ହେଲେ, କରୋନା ମହାମାରୀର ମାଡ ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଛି ।

ପ୍ରଥମ ଥର ପାଇଁ ଦେଶର ଅର୍ଥନୀତି ଏତେ ତଳକୁ ଖସି ଆସିଛି । କିନ୍ତୁ ଏହି ଖବର ଭିତରେ ଆଶ୍ୱସ୍ତିର ଖବର ହେଉଛି, ଗତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ମାଇନସ୍ ୨୩.୯ ପ୍ରତିଶତକୁ ଖସି ଆସିଥିବାବେଳେ ପୁଣି ଥରେ ଟ୍ରାକକୁ ଫେରୁଛି । ଜିଡିପି ଅଭିବୃଦ୍ଧି ହାର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ସରକାରଙ୍କ ରିପୋର୍ଟ ଅନୁସାରେ ଶେଷ ତିନିମାସରେ ବା ଚଳିତ ବର୍ଷର ମାର୍ଚ୍ଚରୁ ମେ ମାସ ମଧ୍ୟରେ ଜିଡିପି ଅଭିବୃଦ୍ଧି ହାର ୧.୬ ପ୍ରତିଶତକୁ ବୃଦ୍ଧି ପାଇଛି । ଏକ ନିର୍ଦ୍ଧିଷ୍ଟ ସମୟ ଭିତରେ ଗୋଟିଏ ଦେଶରେ ଉତ୍ପାଦିତ ହେଉଥିବା ସମସ୍ତ ଦ୍ରବ୍ୟ ଓ ସେବାର ଆର୍ଥିକ ମୂଲ୍ୟକୁ ଜିଡିପି ବୋଲି କୁହାଯାଏ । କୌଣସି ଦେଶର ଜିଡିପିରୁ ଜଣାପଡିଥାଏ ସେହି ଦେଶର ଅର୍ଥନୀତ କେତେ ଆଗଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା