Masthead

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆସନ୍ତା ୫ରେ ଦୁଇ ନେତାଙ୍କ ମଧ୍ୟରେ ହେବ ଭେଟଘାଟ । ପୂର୍ବରୁ ନୀତୀଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଭେଟି ସାରିଛନ୍ତି ।
ବିଜେପିକୁ ଚେକ୍ ଦେବା ପାଇଁ ପ୍ରସ୍ତୁତ ହେବ ରଣନୀତି । ୨୦୨୪ରେ କେନ୍ଦ୍ରରେ ଅଣବିଜେପି ସରକାର ଗଠନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗୁଆଳ ସାଜିଛନ୍ତି । ପୂର୍ବରୁ ମମତା ନବୀନଙ୍କ ସାକ୍ଷାତ ଆଲୋଚନା ହୋଇସାରିଛି । ଏବେ ନବୀନଙ୍କ ସହ ନୀତୀଶ କରିବେ ଆଲୋଚନା ।

ବିଜେଡି କହିଛି ଆମେ ସବୁବେଳେ ବିଜେପି ଓ କଂଗ୍ରେସ ଠାରୁ ସମଦୁରତା ରକ୍ଷା କରିଛୁ ।  ରାଜ୍ୟର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ପଡିବ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।  ତେଣେ ବିଜେପି କହିଛି ମୋଦିଙ୍କ ପରି କେହି ହୋଇପାରିବେନି । ନବୀନ କେବେ ମୋଦିଙ୍କ ବିରୋଧରେ ଯିବେନି । ନବୀନ ଓ ନୀତୀଶଙ୍କ ଭେଟଘାଟ ଗୁପ୍ତ। ତାହା ସ୍ପଷ୍ଟ ହେବ ନାହିଁ। ୨୪ରେ ବିଜେପି ପୁନର୍ବାର ସରକାର ଗଢ଼ିବ। ତାକୁ ପ୍ରତିହତ ପାଇଁ ସେମାନେ ଷଡ୍‌ଯନ୍ତ୍ର କରିବେ।  ବିଜେପି ବିରୋଧରେ ଏକ ସଂଗଠନ ମୁଣ୍ଡ ଟେକିବାକୁ ଯାଉଛି। ତାହା କେବେ ଫଳପ୍ରଦ ହେବ ସମୟ କହିବ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ 🔴 ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ 🔴 ମାସେ ହେଲା ଠପ୍‌ ରୋଷେଇ, ଅଙ୍ଗନୱାଡି ଆସୁ ନାହାନ୍ତି ପିଲା 🔴 ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର 🔴 ଅଧା ରାଜ୍ୟରେ ବର୍ଷା! 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ 🔴 ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ 🔴 ମାସେ ହେଲା ଠପ୍‌ ରୋଷେଇ, ଅଙ୍ଗନୱାଡି ଆସୁ ନାହାନ୍ତି ପିଲା 🔴 ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର 🔴 ଅଧା ରାଜ୍ୟରେ ବର୍ଷା!