Masthead

ବୈଷ୍ଣବଙ୍କ ଓଡ଼ିଶା ପାଇଁ ସମୀକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାତି ଅଧରେ ରେଳମନ୍ତ୍ରୀଙ୍କ ସମୀକ୍ଷା । କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଧ ରାତିରେ ପୂର୍ବତଟ ରେଳପଥ ଅଧୀନରେ ଥିବା ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି । ନିଜ ମନ୍ତ୍ରଣାଳୟରେ ବସି ଓଡ଼ିଶାର କେଉଁ ପ୍ରକଳ୍ପ କାର୍ଯ୍ୟ କେତେ ଦୂର ଆଗେଇଛି ସେନେଇ ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ମନ୍ଥର ଗତିରେ ଚାଲିଥିବା ରେଳ ପ୍ରକଳ୍ପଗୁଡିକ ସମ୍ପର୍କରେ ଗୋଟି ଗୋଟି କରି ବୁଝିଛନ୍ତି ।

୩୦୬ କିଲୋମିଟର ଖୋର୍ଦ୍ଧା ରୋଡ ବଲାଙ୍ଗୀର ରେଳପଥ ଅଗ୍ରଗତିକୁ ମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି । ଏହି ପ୍ରକଳ୍ପ କାର୍ଯ୍ୟ କେତେ ପର୍ଯ୍ୟନ୍ତ ଯାଇଛି କେଉଁଠି ଅଟକି ରହିଛି, କ’ଣ ପାଇଁ ବିଳମ୍ବ ହେଉଛି ସେ ବିଷୟରେ ପଚାରି ବୁଝିଛନ୍ତି । ଅନୁଗୁଳ-ସୁକିନ୍ଦା, ହରିଦାସପୁର-ପାରାଦୀ, ତାଳଚେର-ବିମଳାଗଡ଼, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ୍ ନିର୍ମାଣର ସମୀକ୍ଷା କରିଛନ୍ତି । ସେହିପରି ବଂଶପାଣି- ଦୈତାରୀ-ଟୋମକା-ଜଖପୁରା, ସମ୍ବଲପୁର-ଟିଟିଲାଗଡ଼, ଖୋର୍ଦ୍ଧା ରୋଡ଼-ବାରଙ୍ଗ, ବିଜୟନଗରମ୍-ସମ୍ବଲପୁର, ତାଳଚେର-ସମ୍ବଲପୁର ରେଳଲାଇନ୍ ଡବଲିଂ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି 🔴 ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି 🔴 ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା