Before Header

ମାତୃ ମୃତ୍ୟୁକୁ ନେଇ ଟାଟା ଷ୍ଟିଲ ହସ୍ପିଟାଲରେ ଉତ୍ତେଜନା

0 126

ଯୋଡା(ବଡ଼ ଖବର ବ୍ୟୁରୋ): ମାତୃ ମୃତ୍ୟୁକୁ ନେଇ ଯୋଡ଼ା ଟାଟା ଷ୍ଟିଲ ହସ୍ପିଟାଲରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳା ଯୋଗୁଁ ମାତୃ ମୃତ୍ୟୁ ହୋଇଥିବା ଅଭିଯୋଗ । ମୃତକ ଯୋଡ଼ା ପୌରାଞ୍ଚଳ ୧୦ ନଂ ୱାର୍ଡ, ଟାଟା ହଟିଂ ଅଞ୍ଚଳର ସ୍ୱପ୍ନା ମୁଣ୍ଡା ।

ଗତ ମଙ୍ଗଳବାର ହସ୍ପିଟାଲରେ ସିଜରିଂ ଦ୍ଵାରା ଯାଆଁଳା ଶିଶୁଙ୍କୁ ଜନ୍ମ ଦେବା ପରେ ଗୁରୁତର ଅବସ୍ଥାରେ ଜାମସେଦପୁର ଟି ଏମ୍ ଏଚକୁ ରେଫର୍ କରିଥିଲେ ଡାକ୍ତର । ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ଟି ଏମ୍ ଏଚରେ ମୃତ୍ୟୁ ଘଟିଥିଲା । ହସ୍ପିଟାଲ ଆଗରେ ଉତ୍ୟକ୍ତ ଲୋକ ଧାରଣା ଦେଇଛନ୍ତି ଓ ଡାକ୍ତରଙ୍କ ବିରୁଦ୍ଧରେ ନାରାବାଜି ଦବା ସହ ଡାକ୍ତରଙ୍କ ବହିଷ୍କାର ଦାବି କରିଛନ୍ତି । ଅନ୍ୟପଟେ ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରିଛି ।

 

Leave A Reply

Your email address will not be published.