ଲଦାଖରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବାଇକ ରାଇଡ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ରାହୁଲଙ୍କ ବାଇକ ରାଇଡ । ବାଇକ ଚଢି ଲଦାଖ ଗସ୍ତରେ ରାହୁଲ ଗାନ୍ଧି । ପ୍ରଥମ କରି ଲଦାଖ୍ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଆଜି ବାଇକ୍ ଚଳାଇ ପାଙ୍ଗୋଙ୍ଗ୍ ହ୍ରଦ ଆଡ଼କୁ ଯାଇଛନ୍ତି। ସାଂସଦ ରାହୁଲ୍ ଗାନ୍ଧୀ ବାଇକ୍ ଚଢ଼ି ଯାଉଥିବା ଫଟୋ କଂଗ୍ରେସ ପାର୍ଟି ତା’ର ଅଫିସିଆଏ୍ ‘ଏକ୍ସ୍’ (ଟୁଇଟ୍) ହ୍ୟାଣ୍ଡେଲ୍ରେ ସେୟାର୍ କରିଛି। ଆଉ କେତେକ ଫଟୋ ରାହୁଲ୍ ତାଙ୍କ ବ୍ୟକ୍ତିଗତ ‘ଇନଷ୍ଟାଗ୍ରାମ ଆକାଉଣ୍ଟ୍’ରେ ମଧ୍ୟ ସେୟାର୍ କରିଛନ୍ତି। ‘ଇନଷ୍ଟାଗ୍ରାମ ଆକାଉଣ୍ଟ୍’ରେ ଫଟୋ ସେୟାର୍ କରି ରାହୁଲ୍ ଲେଖିଛନ୍ତି, ପାଙ୍ଗୋଙ୍ଗ୍ ହ୍ରଦ ଅଭିମୁଖେ ଯିବା ରାସ୍ତାରେ।

ରାହୁଲଙ୍କ ଏହି ଫଟୋ ସହ ତାଙ୍କ ବାପା ରାଜୀବ ଗାନ୍ଧିଙ୍କ ସ୍ମୃତି ବଖାଣିଛନ୍ତି । ସେ ଲେଖିଛନ୍ତି ମୋ ବାପା କହୁଥିଲେ ଏହା ହେଉଛି ବିଶ୍ବର ସବୁଠୁ ସୁନ୍ଦର ସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ। ପାଙ୍ଗୋଙ୍ଗ୍ ହ୍ରଦ ନିକଟରେ ଅଗଷ୍ଟ ୨୦ ତାରିଖ ଦିନ ରାହୁଲ୍ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ପୂଜାର୍ଚ୍ଚନା କରିବେ। ସେହିପରି, ଶୁକ୍ରବାର ଦିନ ରାହୁଲ୍ ଗାନ୍ଧୀ ଲଦାଖରେ ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ରାହୁଲ୍ ସେ ଜିଲ୍ଲାରେ ଆୟୋଜିତ ଫୁଟ୍ବଲ୍ ମ୍ୟାଚ୍ ମଧ୍ୟ ଦେଖିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’