Masthead

ଜଳ ସମସ୍ୟା ସମାଧାନ ଦାବିରେ ରାସ୍ତା ଅବରୋଧ

ରାୟଗଡ଼ା  (ବଡ଼ ଖବର ବ୍ୟୁରୋ): ପିଇବା ପାଣି ପାଇଁ ରାସ୍ତାରୋକ । ତୁରନ୍ତ ପାନୀୟ ଜଳ ସମସ୍ୟା ସମାଧାନ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଶତାଧିକ ମହିଳା । ରାୟଗଡ଼ା କଲ୍ୟାଣସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଅଙ୍ଗୁର ଗାଁର ମହିଳା। ଫଳରେ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିଛି। ଅଙ୍ଗୁର ଗ୍ରାମରେ ଦୀର୍ଘ ଦିନ ହେବ ପାଣି ସମସ୍ୟା ଲାଗିରହିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନ ହେଉନାହିଁ।

ଏହାର ପ୍ରତିବାଦରେ ଆଜି ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇ ନିଜର ପ୍ରତିବାଦ ଜଣାଇଛନ୍ତି। ଅଙ୍ଗୁର ଗାଁରେ ପ୍ରାୟ ୭୦ ପରିବାର ରହୁଛନ୍ତି। ହେଲେ ମାତ୍ର ଦୁଇଗୋଟି ନଳକୂପ ରହିଛି। ତାହା ମଧ୍ୟ ଅନେକ ସମୟରେ ଅଚଳ। ଫଳରେ ବର୍ତ୍ତମାନ ଗ୍ରୀଷ୍ମ ଋତୁରେ ଗ୍ରାମବାସୀ ନାନା ସମସ୍ୟା ଭୋଗୁଛନ୍ତି। ଏହାର ପ୍ରତିବାଦରେ ଆଜି ରାସ୍ତା ଅବରୋଧ ହୋଇଛି। ଗରା, ମାଠିଆ ଧରି ମହିଳାମାନେ ପ୍ରତିବାଦ ଜଣାଇଛନ୍ତି। ତୁରନ୍ତ ଜଳ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ