Masthead

ରାସ୍ତା ଅବ୍ୟବସ୍ଥା ପାଇଁ ହଟହଟା ହେଲେ ଡିଏଫଓ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ):ରାସ୍ତା ଅବ୍ୟବସ୍ଥା ପାଇଁ ହଟହଟା ହେଲେ ଡିଏଫଓ । ଗାଁରେ ୪ କିଲୋମିଟର ଚଲାଇ ଚଲାଇ ନେଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କଳସାଖମଣ ଅଞ୍ଚଳରେ । କଳସାଖମଣ ପଞ୍ଚାୟତର ୮ନଂମ୍ବର ୱାର୍ଡ ଜଙ୍ଗଲ ମଧ୍ୟରେ ରହିଥିବା ୭ଟି ଗାଁକୁ ରାସ୍ତା ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷ ବର୍ଷ ଧରି ସ୍ଥାନୀୟ ବାସିନ୍ଦା ଯାତାୟାତରେ ସମସ୍ୟା ଭୋଗୁଛନ୍ତି । ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ଅଧିକାରରୁ ବଞ୍ଚିତ କଳସାଖମଣ ଅଞ୍ଚଳବାସୀ । ସ୍ଥାନୀୟ ଅଞ୍ଚଳର ସମସ୍ୟା ସମାଧାନ ନ କରି ବନ ନିଗମ ଜଙ୍ଗଲରୁ ଗଛ କାଟିବାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । ରାସ୍ତା ନିର୍ମାଣ ଦାବିରେ ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳକୁ ଯାଇଥିବା ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କୁ ବିରୋଧ କରିବା ସହ ୪ କିଲୋମିଟର ଗାଁ ରାସ୍ତାରେ ଚଲାଇଥିଲେ ।

ରାସ୍ତା ନିର୍ମାଣ ଦାବିରେ ସ୍ଥାନୀୟ ଗ୍ରାମବାସୀମାନେ ଡିଏଫଓ ଏବଂ ସ୍ଥାନୀୟ ବନ କର୍ମଚାରୀଙ୍କୁ ୪ କିଲୋମିଟର ଜଙ୍ଗଲିଆ ରାସ୍ତାରେ ଚଲାଇ ଚଲାଇ ନେବା ପରେ ଦାବି ପୂରଣ ପାଇଁ ସଭା କରିଥିଲେ । କଳସାଖମଣ ପଞ୍ଚାୟତର ବାଣୀକୁମ୍ପା ଠାରୁ କଣପାଜୁ ପର୍ଯ୍ୟନ୍ତ ୭ କିଲୋମିଟର ରାସ୍ତା ଉପରେ ୭ଟି ଗାଁର ୮୦୦ ଲୋକେ ନିର୍ଭର କରୁଥିବା ବେଳେ ଏହାକୁ ପକ୍କା ସଡ଼କ ନିର୍ମାଣ କରିବା ପାଇଁ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ ସ୍ଥାନୀୟ ବାସିନ୍ଦା । ରଥକାଠ ସଂଗ୍ରହ ସମୟରେ ବନ କର୍ମଚାରୀମାନଙ୍କର ଏହି ଅଞ୍ଚଳକୁ କେବଳ ପାଦ ପଡୁଥିବା ବେଳେ ଅନ୍ୟ ସମୟରେ କର୍ମଚାରୀଙ୍କ ଦେଖା ମିଳୁନାହିଁ । ସ୍ଥାନୀୟ ବାସିନ୍ଦା ରାସ୍ତା ପାଇଁ ହନ୍ତସନ୍ତ ହେଉଥିବା ବେଳେ, ବନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ଦିଗରେ କୌଣସି ଧ୍ୟାନ ଦେଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ବନ ବିଭାଗର ବୈମାତୃକ ମନଭାବ ପାଇଁ ପ୍ରତିବାଦ କରି ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ସିଡିଙ୍ଗ ଠାରୁ କଣପାଜୁ ପର୍ଯ୍ୟନ୍ତ ୪ କିମି ରାସ୍ତାରେ ଡିଏଫ୍ଓ ଏବଂ ଅନ୍ୟ ବନକର୍ମଚାରୀଙ୍କୁ ରାସ୍ତା ସମସ୍ୟା ଦେଖାଇବା ପାଇଁ ଚାଲି ଚାଲି ଯିବା ପାଇଁ ଚାପ ପକାଇଥିଲେ । ରାସ୍ତା ସମସ୍ୟା ଦେଖିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଆୟୋଜିତ ସଭାରେ ଡିଏଫଓ ଯୋଗ ଦେଇ ରାସ୍ତା କାମ ଖୁବଶୀଘ୍ର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆଗତ ସମୟରେ ରାସ୍ତାକାମ ନହେଲେ କାଠଛାଡିବେ ନାହିଁ କହଛନ୍ତିି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ