Masthead

ବଜେଟରୁ ସୁଫଳ ଆସିଲେ ବିରୋଧୀ ଚୁପ୍ ହେବେ: ଶଶୀଭୂଷଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ବଜେଟକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ପ୍ରତିକ୍ରିୟା। କହିଛନ୍ତି ବିରୋଧୀ ମଧ୍ୟ ନିର୍ବାଚନକୁ ଯିବେ । ତା’ପରେ ଜାଣିବେ ଆମ ବଜେଟ କ’ଣ। ସରକାରର ୨୩ବର୍ଷ ଭିତରେ ଆସିଛି ଲୋକାଭିମୁଖୀ ବଜେଟ। ଦିନକୁ ଦିନ ଆକାର ମଧ୍ୟ ବଢୁଛି। ଏବେ ବଜେଟର ଆକାର ୨ଲକ୍ଷ ୩୦ହଜାର କୋଟିରେ ପହଞ୍ଚିଛି। ଜାତୀୟ ହାର ଠାରୁ ରାଜ୍ୟ ହାର ଅଧିକ । ଅନ୍ୟ ରାଜ୍ୟ ତୁଳନାରେ ଋଣ ଅପେକ୍ଷା ଆମେ ଭଲରେ ଅଛୁ। ଏ ବଜେଟରେ ଅନେକ ଦିଗକୁ ଗୁରୁତ୍ଵ ଦିଆଯାଇଛି। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ କୃଷି ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ବିଭାଗକୁ ବଜେଟରେ ସ୍ଥାନିତ କରଯାଇଛି।

ଏହାକୁ ନିର୍ବାଚନୀ ବଜେଟ କହିବା ବିରୋଧୀଙ୍କ ପାଇଁ ହାସ୍ୟାସ୍ପଦ। କୌଣସି ନିର୍ବାଚନୀ ପାଣ୍ଠିରୁ ଟଙ୍କା ବଣ୍ଟା ଯାଏନି। ଟଙ୍କା ବିଭାଗକୁ ସିଧାସଳଖ ଯାଏ । ବିଭାଗ ଜରିଆରେ କାର୍ୟ୍ୟ ନିର୍ଦ୍ଧାରିତ ସମୟ ସୀମାରେ କରିବାକୁ ପଡେ। ଏହି ବଜେଟକୁ ଯଦି କିଏ ନାପସନ୍ଦ କରେ, ସେ ନିଜେ ମନସ୍ଥ କରିଥାଏ ବଜେଟକୁ ନିନ୍ଧିତ କରିବା ପାଇଁ। ଲୋକଙ୍କ ବଜେଟ ଲୋକଙ୍କ ପାଖକୁ ନିଆଯିବ । ପ୍ରଥମ ଥର ପାଇଁ ଏ ଭଳି ପ୍ରୟାସ ଆରମ୍ଭ ହୋଇଛି। ବଜେଟ ପହଞ୍ଚାଇବା ବିଧାୟକମାନଙ୍କର ଦାୟିତ୍ବ। ଖାଲି ସେତିକି ନୁହେଁ, ଆଗାମୀ ବଜେଟ ପାଇଁ ଲୋକଙ୍କ ଠାରୁ ପରାମର୍ଶ ନେବୁ। କୌଣସି ସମୟ ସ୍ଥିର ହୋଇନି ।

ବିଧାୟକମାନେ ସମୟ କାଢି ନିଜ ନିଜେ ନିର୍ବାଚନମଣ୍ଡଳୀକୁ ଯାଇ ଲୋକଙ୍କୁ ବଜେଟର ବିଭିନ୍ନ ଦିଗରେ ବୁଝାଇବେ। ଆମେ ମିଶନ ଶକ୍ତିକୁ କ’ଣ ନିର୍ବାଚନ ପାଣ୍ଠିରୁ ଦେବୁକି? ,ସେ ବିଭାଗକୁ ବଜେଟ ଯାଇଛି । ସେଥିରୁ ମହିଳାମାନେ ଉପକୃତ ହେବେ। ସେମାନେ ଗାଁ ଗାଁ ବୁଲୁଛନ୍ତି ବହୁତ ହଇରାଣ ହେଉଛନ୍ତି । ସ୍କୁଟିଟି ନିତ୍ୟାନ୍ତ ଆବଶ୍ୟକ। ତେଣୁ ସ୍କୁଟି ଯୋଜନା ଐତିହାସିକ ଏ ପଦକ୍ଷେପ । ବଜେଟର ଯେତେ ବେଳେ ସୁଫଳ ଆସିବ, ଆପେ ଆପେ ବିରୋଧଙ୍କ ପାଟି ଚୁପ୍ ହୋଇଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ