Masthead

ରୋହିତଙ୍କ ଆଘାତ ବିଷୟରେ ଶାସ୍ତ୍ରୀ କୋହଲିଙ୍କୁ କହିବା ଉଚିତ: ଗମ୍ଭୀର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରୋହିତଙ୍କ ଆଘାତକୁ ନେଇ ପୁଣି ମୁହଁ ଖୋଲିଲେ ଗୌତମ ଗମ୍ଭୀର । ଗମ୍ଭୀର ଏଥର ଭାରତୀୟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ରୋହିତ ଶର୍ମା ଆଘାତକୁ ନେଇ ଭାରତୀୟ ଦଳ ପରିଚାଳନା ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ଯୋଗାଯୋଗର ଅଭାବ ଦୁର୍ଭାଗ୍ୟଜନକ ଅଟେ । ରୋହିତଙ୍କ ଆଘାତ ସଂପର୍କରେ ସମସ୍ତ ତଥ୍ୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଅଧିନାୟକ ବିରାଟ କୋହଲିଙ୍କୁ ଏହା କହିବା ଉଚିତ ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ କୋହଲି ରୋହିତଙ୍କ ଆଘାତକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ‘ଅସ୍ପଷ୍ଟ ଚିତ୍ର ଏବଂ ଭୁଲ ବୁଝାମଣା ହେତୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଉପଲବ୍ଧତାକୁ ଅପେକ୍ଷା କରିଛି । ଗମ୍ଭୀର କହିଛନ୍ତି କି ଏହା ର୍ଦୁଭାଗ୍ୟଜନକ କଥା ଯେ ଅଧିନାୟକ କହୁଛନ୍ତି ଯେ ସେ ବିଷୟରେ ଅବଗତ ନାହାନ୍ତି । ଏହି ମାମଲାରେ ତିନିଜଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛନ୍ତି ମୁଖ୍ୟ ଫିଜିଓ, ମୁଖ୍ୟ ପ୍ରଶିକ୍ଷକ ଓ ଚୟନ କମିଟିର ଅଧ୍ୟକ୍ଷ । ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି କି ରୋହିତ ଭାରତ ବ୍ୟାଟିଂ ଲାଇନରେ ଜଣେ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କର ଆବଶ୍ୟକତା ରହିଥିଲା ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ