ଟାରଜନ ଅଭିନେତା ଜୋ ଲାରାଙ୍କ ମୃତ୍ୟୁ

(ବଡ଼ ଖବର ବ୍ୟୁରୋ): ବିମାନ ଦୁର୍ଘଟଣାରେ ‘ଟାରଜନ’ ଅଭିନେତା ଜୋ ଲାରାଙ୍କ ମୃତ୍ୟୁ । ଟିନେସି ଅନ୍ତର୍ଗତ ସ୍ମାଇର୍ଣ୍ଣାରୁ ଉଡ଼ାଣ ଆରମ୍ଭ କରି ଫ୍ଲୋରିଡ଼ା ପାମ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ କ୍ଷୁଦ୍ର ବିମାନ ‘ପିର୍ସି ପ୍ରିଷ୍ଟ ହ୍ରଦ’ ଉପର ଦେଇ ଗତି କରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଛି । ଏଥିରେ ପ୍ରସିଦ୍ଧ ଚଳଚ୍ଚିତ୍ର ଟାରଜନର ଅଭିନେତା ଜୋ ଲାରା ଓ ତାଙ୍କ ପତ୍ନୀଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଥିବା ରବିବାର ସରକାରୀ କର୍ତ୍ତୁପକ୍ଷମାନେ କହିଛନ୍ତି ।

ଏକ ବିବୃତ୍ତିରେ ‘ରଥର୍‌ଫୋର୍ଡ କାଉଣ୍ଟି ଫାୟାର୍‌ ରେସ୍କ୍ୟୁ’ କ୍ୟାପ୍‌ଟେନ୍‌ ଜୋସୁଆ ସାଣ୍ଡର୍ସ କହିଛନ୍ତି ଯେ, ବିମାନର ଭଗ୍ନାଂଶ ପଡ଼ିଥିବା ହ୍ରଦର ଅଧମାଇଲ୍‌ ପରିବ୍ୟାପ୍ତ ଅଞ୍ଚଳରେ ଉଦ୍ଧାର ଅଭିଯାନ ନିବଦ୍ଧ କରାଯାଇଥିଲା। କିନ୍ତୁ, ଏବେ ଆଉ କୌଣସି ବିମାନଯାତ୍ରୀ ଜୀବନ୍ତ ଥିବା ମନେ ହେଉ ନ ଥିବାରୁ ଉଦ୍ଧାର ଅଭିଯାନ ତଲାସ ଅଭିଯାନ ପାଲଟି ଗଲାଣି। ଆଜି ସକାଳୁ ମଧ୍ୟ ତଲାସ ଅଭିଯାନ ଆରମ୍ଭ ହୋଇଛି। ତେବେ ୧୯୮୯ରେ ଲାରା ଟେଲିଭିଜନ ଚଳଚ୍ଚିତ୍ର ‘ଟାରଜନ ଇନ ମାନହଟନ’ରେ ଟାରଜନ ଭୂମିକାରେ ଅଭିନୟ କରିଥିଲେ । ପରେ ୧୯୯୬ରୁ ୧୯୯୭ରେ ପ୍ରସାରିତ ଟେଲିଭିଜନ ସିରିଜ ‘ଟାରଜନ: ଦି ଏପିକ ଆଡ଼ଭେଞ୍ଜର୍ସ’ରେ ମଧ୍ୟ ଅଭିନୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ