Masthead

‘ବିଗବସ’ ର ତାଜ ପିନ୍ଧିଲେ ରୁବିନା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡର ସବୁଠାରୁ ଫେମସ୍ ରିଆଲିଟି ସୋ ବିଗବସ୍ । ଯାହାର ଫ୍ୟାନ ଫଲୋଇଂଗ ସବୁଠାରୁ ଅଧିକ । ତେବେ ଦୀର୍ଘ ସାଡେ ଚାରିମାସ ଧରି ଚାଲିଥିବା ବିଗବସ୍ସିଜନ୍ ୧୪ର ଯାତ୍ରା ଶେଷ ହୋଇଛି । ଫାଇନାଲି ଟେଲିଭିଜନ ଦୁନିଆର ଫେବରେଟ ବୋହୂ ରୁବିନା ବିଗ ବସ୍ ଜିତି ଉଇନରର ତାଜ ପିନ୍ଧିଛନ୍ତି । ସେ ରାହୁଲ ବୈଦ୍ୟଙ୍କୁ ହରାଇ ବିଗ ବସ୍ ସିଜନ୍ ୧୪ର ଚିକମିକିଆ ଟ୍ରଫିକୁ ନିଜ ନାଁରେ କରିନେଇଛନ୍ତି । ସତ ହୋଇଛି ଦର୍ଶକଙ୍କ ଅନୁମାନ । ଶେଷରେ ବିଗବସ୍ ୧୪ର ବିଜୟୀ ହୋଇଛନ୍ତି ରୁବିନା ଦିଲୈକି ।

ସମସ୍ତଙ୍କୁ ପଛରେ ପକାଇ ରୁବିନା ମାରିଛନ୍ତି ବାଜି । ବିଗବସର ହୋଷ୍ଟ ସଲମାନ ଖାନ ବିଜେତା ଭାବେ ରୁବିନାଙ୍କ ନା ଘୋଷଣା କରିଥିଲେ । ତେବେ ଟ୍ରଫି ବ୍ୟତୀତ ରୁବିନାଙ୍କୁ ୩୬ ଲକ୍ଷ ଟଙ୍କା ମଧ୍ୟ ମିଳିଛି । ଏହି ସୋ ରେ ୫ଜଣ ଫାଇନାଲକୁ ଯାଇଥିଲେ । ରୁବିନା ଦିଲୈକି, ନିକି ତମ୍ବୋଲି, ରାହୁଲ ବୈଦ୍ୟା, ଅଲ୍ଲୀ ଗୋନୀ ଓ ରାକ୍ଷୀ ସାୱନ୍ତ । ତେବେ ଏମାନଙ୍କ ମଧ୍ୟରୁ ରାହୁଲ ଏବଂ ରୁବିନା ଙ୍କ ମଧ୍ୟରେ ଜଣେ ଉଇନର ହେବେ ବୋଲି ଦର୍ଶକ ଅନୁମାନ କରିଥିଲେ । ଯାହାକି ଶେଷରେ ସତ ହୋଇଛି । ରାହୁଲଙ୍କୁ ପଛରେ ପକାଇ ରୁବିନା ବିଜୟୀ ହୋଇଛନ୍ତି । ବିଗବସ୍ ଶୋ ଆରମ୍ଭରୁ ରୁବିନା ଜଣେ ଶକ୍ତିଶାଳୀ ପ୍ରତିଯୋଗୀ ଥିଲେ ।

ଶୋ ରେ ସେ ବେସ୍ ଦମଦାର ପ୍ରଦର୍ଶନ କରିଥିଲେ । ଶୋ ରେ ନିଜର ଷ୍ଟ୍ରେଟ ଫରୱାଡ ନେଚରକୁ ସେ କାୟମ ରଖି ଆଗକୁ ବଢିଥିଲେ । ଆନେକ ଥର ସଲମାନ ଖାନ୍ ରୁବିନାଙ୍କ କ୍ଲାସ ମଧ୍ୟ ନେଉଥିଲେ । ହେଲେ ରୁବିନା ତାଙ୍କ ପର୍ସନାଲିଟିକୁ ବଜାୟ ରଖି ଶେଷରେ ବିଜୟୀ ହୋଇଥିଲେ । ରୁବିନାଙ୍କ ପାଇଁ ବିଗବସ ଯାତ୍ରା ଏତେ ସହଜ ନଥିଲା । ତେବେ ସେ ଯାହା ବି ହଉ ରୁବିନା ତାଙ୍କ ଫ୍ୟାନ୍ସ ମାନଙ୍କର ଆଶାକୁ ପୁରଣ କରିଛନ୍ତି । ଏବଂ ବିଗବସର ଉଇନର ହୋଇଛନ୍ତି । ତାଙ୍କର ଏ ସଫଳତା ପରେ ତାଙ୍କ ଫ୍ୟାନ୍ସ ମାନଙ୍କ ସହ ଅନେକ ଅଭିନେତା ଅଭିନେତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ