Masthead

ସାମ୍ବାଦିକ ସମ୍ମିଳନୀକରି ମନ୍ତ୍ରୀଙ୍କୁ ନିନ୍ଦା କଲେ ରୁଚିକାଙ୍କ ମା’

ଟାଙ୍ଗୀ(ବଡ଼ ଖବର ବ୍ୟୁରୋ): ସାମ୍ବାଦିକ ସମ୍ମିଳନୀରେ କଖଡିରେ ଘଟିଥିବା ଘଟଣାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବ୍ୟବହାରକୁ ନିନ୍ଦା କରିବା ସହ ଜଣେ ମା’କୁ ଏହା ଅସମ୍ମାନ ବୋଲି ପ୍ରକାଶ କରିଥିଲେ l ଏଥିସହିତ କିଛି ଦିନ ହେବ କଖଡିର ସରପଞ୍ଚ କଳ୍ପନା ଛତାର ଓ ତାଙ୍କର ସ୍ୱାମୀ ଦିଲ୍ଲୀପ ଛତାର ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ରୁଚିକାଙ୍କ ମା’ଙ୍କର ମାନସିକ ସନ୍ତୁଳନ ଠିକ ନାହିଁ ଓ ତାଙ୍କର ବ୍ୟାଙ୍କ ଖାତା ସର୍ବ ସାଧାରଣରେ ଦେଖାଇବା ପାଇଁ ଦାବି କରିବା ସହିତ ମା ଝିଅର ସମ୍ପର୍କକୁ ନେଇ ଯେପରିଭାବେ ପ୍ରଚାର କରି ଚାଲିଛନ୍ତି ଏହାକୁ ବିରୋଧ କରିବା ସହ ଏହାର ତଦନ୍ତ କରାଯାଉ ବୋଲି ଦାବି କରିଥିଲେ l

ଅନ୍ୟପକ୍ଷରେ ପନ୍ଦର ଲକ୍ଷ ଟଙ୍କା ନେଇ ଚୁପ ହୋଇ ବସିଛନ୍ତି ବୋଲି ଏପରି ମିଥ୍ୟା ଅପପ୍ରଚାର କରୁଥିବା କଥାକୁ ଖଣ୍ଡନ କରିଥିଲେ ରୁଚିକାର ମା’ l ପୁରା କଖଡ଼ି ବାସିନ୍ଦା ରୁଚିକା ମା’କୁ ସମର୍ଥନ ଜଣାଉଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଦିଲ୍ଲୀପ ଛତାରଙ୍କୁ ଆଗାମୀ ଦିନରେ ବିରୋଧ କରିବା ସହ ମା କୁ ଅସମ୍ମାନ କରିବା ବାବଦରେ ଜବାବ ମଗାଯିବ ବୋଲି ପ୍ରକାଶ କରିଥିଲେ l ଯଦି ସାମାଜିକ ଗଣ ମାଧ୍ୟମରେ ଅପପ୍ରଚାର ବନ୍ଦନକରିବେ ତାହେଲେ ତାଙ୍କ ବିରୁଦ୍ଧରେ ଆଇନ ଗତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ l

ଏହା ସହିତ ଦିଲ୍ଲୀପ ଛତାରଙ୍କୁ ପ୍ରଶ୍ନ ପଚାରିଥିଲେ ତାଙ୍କ ଝିଅର ଯଦି ଏମିତି ମୃତ୍ୟୁବରଣ ହୋଇଥାନ୍ତା ତେବେ ସେ ମାଟିକୁ ଛାଡି ଦଳକୁ ପ୍ରାଥମିକତା ଦେଇଥାନ୍ତେ କି ବୋଲି ପ୍ରଶ୍ନ କରିବା ସହିତ ଭାବବିହ୍ଵଳହୋଇ ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଥିଲେ l ଗାଁ ପୂର୍ବତନ ସରପଞ୍ଚ ସୁନୀଲ ସୁତାର ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କୁ ଜଣେ ରାଜନୈତିକ ହିସାବରେ ରୁଚିକାର ମା’କୁ ଯେଉଁଭଳି ବ୍ୟବହାର ଦେଖାଇଲେ ତାହା ନିନ୍ଦନୀୟ ଘଟଣା l ଆଗାମୀ ଦିନରେ କଖଡି ବାସୀ ଉଚିତ ଜବାବ ଦେବେ ବୋଲି ପ୍ରକାଶ କରିଥିଲେ l

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ