Masthead

ରାଜ୍ୟରେ କାଳ ବୈଶାଖୀର ତାଣ୍ଡବ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଅପରାହ୍ନ ଚାରିଟାରେ କାଳବୈଶାଖି ପ୍ରଭାବରେ ଘଡ଼ଘଡି ସହ ପ୍ରବଳ ବର୍ଷା ହୋଇଥିଲା । ଘଣ୍ଟା ପ୍ରତି ୫୦ରୁ ୬୦କିମି ବେଗରେ ପବନ ହେବାରୁ କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି ହୋଇଛି । ରାଜକନିକା ରୁ ଭୁବନେଶ୍ୱର ଯାଉଥିବା ଏକ ଯାତ୍ରିବାହୀ ବସ ଓଳାଭର ଅଶୋକ ବଜାର ନିକଟରେ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଯାଇଥିଲଶ ।

ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେହିପରି ଦେଉଳସାହି ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପ ରେ ନିୟୋଜିତ ଏକ ଘରୋଇ କମ୍ପାନୀର କଣ୍ଟେନର ଓ ଟେଣ୍ଡ ଭାଙ୍ଗି ଚୁରମାର ହୋଇଯାଇଛି । ସେପଟେ ସୋରରେ ମଧ୍ୟ ଦେଖିବାକୁ ମିଳିଛି କାଳ ବୈଶାଖୀର ତାଣ୍ଡବ । ଖଇରା ଅଂଚଳ ରେ ବ୍ୟାପକ କ୍ଷୟକ୍ଷତି କରିଛି ଅଦିନିଆ ବର୍ଷା ।

ଜଣେ ବୃଦ୍ଧ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବହା ବେଳେ ଖଇରା ବ୍ଲକ ତ୍ରିଲୋଚନପୁର ଗ୍ରାମର ପଦ୍ମଲୋଚନ ଓଝାଙ୍କ ଘର ଉପରେ ଗଛ ପଡିବାରୁ ଘରେ ଶୋଇଥିବା ପଦ୍ମଲୋଚନଙ୍କ ବାପା ଆହତ ହୋଇଥିଲେ ।

ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ କିଛି କମ୍ ନଥିଲା । ରାଜମହଲ, ଖଣ୍ଡଗିରି, ପଟିଆ, ବମିଖାଲ, ଡମଣା, ପୁରୁଣା ଭୁବନେଶ୍ୱର, ଶିଖରଚଣ୍ଡୀ ପ୍ରଭୃତି ଅଞ୍ଚଳରେ ୪୦ରୁ ୫୦ କିମି ବେଗରେ ପବନ ସହ ବର୍ଷା ହେବାରୁ ସାଧାରଣ ଜୀବଯାତ୍ରା ବ୍ୟାଘାତ ହୋଇଥିଲା । ବିଦୁ୍ୟତ ସରବରାହ ଦୀର୍ଘ ସମୟ ବିଛିନ୍ନ ହୋଇପଡିଥିବା ବେଳେ ଏବେ ମଧ୍ୟ ଅଧା ଭୁବନେଶ୍ବର ଅନ୍ଧକାରରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼