Masthead

ବୟସ ଜାଲିଆତି ପଡିଲା ମହଙ୍ଗା, ଅଯୋଗ୍ୟ ଘୋଷିତ ହେଲେ ସରପଞ୍ଚ

ପରଜଙ୍ଗ(ବଡ଼ ଖବର ବ୍ୟୁରୋ): ପରଜଙ୍ଗ ବ୍ଲକ ଜୟପୁରା କାଟେଣୀ ପଞ୍ଚାୟତର ଭାଜାପା ସମର୍ଥିତ ସରପଞ୍ଚ ମିତାରାଣୀ ସାହୁଙ୍କୁ ମହଙ୍ଗା ପଡିଛି ବୟସ ଜାଲିଆତି । ବୟସ ଜାଲିଆତି କରିବା ଅଭିେଯୋଗରେ ପରଜଙ୍ଗ ସିଭିଲ ଜଜ୍ ଜୁନିୟର ଡିଭିଜନ ତ୍ରିଜୀବ କୁମାର ନନ୍ଦ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନରେ ମିତାରାଣୀ ପ୍ରାର୍ଥୀପତ୍ର ଦାଖଳ ସମୟରେ ବୟସ ପ୍ରମାଣପତ୍ର ଜାଳିଆତି କରିଥିଲେ । ଓଡିଶା ପଞ୍ଚାୟତ ଆକ୍ଟ ୧୯୬୪ ଅନୁସାରେ ସରପଞ୍ଚ ପଦବୀ ପାଇଁ ସର୍ବନିମ୍ନ ବୟସ ସୀମା ହେଉଛି ୨୧ ବର୍ଷ । ହେଲେ ମିତାରାଣୀ ବୟସ ଜାଲିଆତି କରି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଏନେଇ ତାଙ୍କ ନିକଟତମ ପ୍ରାର୍ଥୀ ବିନୁ ବେହେରା ପରଜଙ୍ଗ କୋର୍ଟରେ ନଂ.୪/୨୨ରେ ଏକ ମାମଲା ରୁଜୁ କରିଥିଲେ । ସୋମବାର ଏହି ମାମଲାର ଶୁଣାଣି କରି ପରଗଙ୍ଗ ସିଭିଲ ଜଜ୍ ଜୁନିୟର ଡିଭିଜନ ମିତାରାଣୀଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ମିନୁ ବେହେରାଙ୍କ ତରଫରୁ ପ୍ରେମାନନ୍ଦ ସାହୁ , ଅଶୋକ କୁମାର ଦାସ ମାମଲା ପରିଚାଳନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ