ପଶୁଙ୍କ ଚରାଭୂଇଁ ପାଲଟିଛି ଆଦର୍ଶ ଉଦ୍ୟାନ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଜରାଜୀର୍ଣ୍ଣ ଅବସ୍ଥାରେ ଆଦର୍ଶ ଉଦ୍ୟାନ । ରକ୍ଷଣାବେକ୍ଷଣ ଅଭାବରୁ ଆଦର୍ଶ ଉଦ୍ୟାନ ପରିସର ଭିତରେ ଥିବା ସବୁଜିମା ଏବେ ଉଜୁଡିବାକୁ ବସିଲାଣି । ପିଲାଙ୍କ ପାଇଁ ଉଦ୍ଧିଷ୍ଟ ଥିବା କ୍ରୀଡା ସାମଗ୍ରୀ ମଧ୍ୟ ଭାଙ୍ଗିରୁଜି ଯାଇଥିବା ବେଳେ ସନ୍ଧ୍ୟା ହେଲେ ମଦ୍ୟପଙ୍କ ଆଡା ସ୍ଥଳି ପାଲଟିଛି ମାଲକାନଗିରି ଜିଲ୍ଲା ବାଲିମେଳା ଏନ.ଏ.ସି କାର୍ଯ୍ୟାଳୟ ପଛରେ ଥିବା ଆଦର୍ଶ ଉଦ୍ୟାନ ।

ଦୀପତଳ ଅନ୍ଧାର । ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପଛରେ ଥିବା ଆଦର୍ଶ ଶିଶୁ ଉଦ୍ୟାନରେ ସନ୍ଧ୍ୟା ହେଲେ ଜମୁଛି ମଦ୍ୟପଙ୍କ ଆଡ୍ଡା । ଯେଉଁଠି ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀ ଓ ବରିଷ୍ଠ ନାଗରିକଙ୍କ ଆମୋଦ ପ୍ରମୋଦ ଲାଗି ନିର୍ମାଣ କରାଯାଇଥିବା ଏହି ଆଦର୍ଶ ଉଦ୍ୟାନର ବାସ୍ତବ ଚିତ୍ର । କିଛି ଦିନ ନ ପୁରୁଣୁ ରକ୍ଷଣାବେକ୍ଷଣ ଅଭାବ କାରଣରୁ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଯେଉଁଠି ପିଲାମାନେ ଖେଳିବା କଥା ସେଇଠି ଏବେ ବସ୍ତି ବାସିନ୍ଦାଙ୍କ ଲୁଗା ଶୁଖୁଛି।

ଆଉ ଯେଉଁଠି ନିଜର ବ୍ୟସ୍ତ ବହୁଳ ଜୀବନରୁ ମନକୁ ହାଲକା କରିବା ଲାଗି ବରିଷ୍ଠ ନାଗରିକ ଉଦ୍ୟାନକୁ ଆସି ବସିବା ଯାଗାରେ ଏବେ ମଦ୍ୟପମାନେ ବସି ମଦ ବୋତଲ ପକାଉଛନ୍ତି । କେବଳ ସେତିକି ନୁହଁ ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଉଦ୍ୟାନରେ ଥିବା ସୁନ୍ଦର ସବୁଜିମା ଏବେ ଉଜୁଡିବାକୁ ବସିଲାଣି । ଯେଉଁଠି ମଣିଷ ଚାଲିବା କଥା ସେଇଠି ଏବେ ଗାଈଗୋରୁ ଚରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’