Masthead

ପଶୁଙ୍କ ଚରାଭୂଇଁ ପାଲଟିଛି ଆଦର୍ଶ ଉଦ୍ୟାନ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଜରାଜୀର୍ଣ୍ଣ ଅବସ୍ଥାରେ ଆଦର୍ଶ ଉଦ୍ୟାନ । ରକ୍ଷଣାବେକ୍ଷଣ ଅଭାବରୁ ଆଦର୍ଶ ଉଦ୍ୟାନ ପରିସର ଭିତରେ ଥିବା ସବୁଜିମା ଏବେ ଉଜୁଡିବାକୁ ବସିଲାଣି । ପିଲାଙ୍କ ପାଇଁ ଉଦ୍ଧିଷ୍ଟ ଥିବା କ୍ରୀଡା ସାମଗ୍ରୀ ମଧ୍ୟ ଭାଙ୍ଗିରୁଜି ଯାଇଥିବା ବେଳେ ସନ୍ଧ୍ୟା ହେଲେ ମଦ୍ୟପଙ୍କ ଆଡା ସ୍ଥଳି ପାଲଟିଛି ମାଲକାନଗିରି ଜିଲ୍ଲା ବାଲିମେଳା ଏନ.ଏ.ସି କାର୍ଯ୍ୟାଳୟ ପଛରେ ଥିବା ଆଦର୍ଶ ଉଦ୍ୟାନ ।

ଦୀପତଳ ଅନ୍ଧାର । ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପଛରେ ଥିବା ଆଦର୍ଶ ଶିଶୁ ଉଦ୍ୟାନରେ ସନ୍ଧ୍ୟା ହେଲେ ଜମୁଛି ମଦ୍ୟପଙ୍କ ଆଡ୍ଡା । ଯେଉଁଠି ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀ ଓ ବରିଷ୍ଠ ନାଗରିକଙ୍କ ଆମୋଦ ପ୍ରମୋଦ ଲାଗି ନିର୍ମାଣ କରାଯାଇଥିବା ଏହି ଆଦର୍ଶ ଉଦ୍ୟାନର ବାସ୍ତବ ଚିତ୍ର । କିଛି ଦିନ ନ ପୁରୁଣୁ ରକ୍ଷଣାବେକ୍ଷଣ ଅଭାବ କାରଣରୁ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଯେଉଁଠି ପିଲାମାନେ ଖେଳିବା କଥା ସେଇଠି ଏବେ ବସ୍ତି ବାସିନ୍ଦାଙ୍କ ଲୁଗା ଶୁଖୁଛି।

ଆଉ ଯେଉଁଠି ନିଜର ବ୍ୟସ୍ତ ବହୁଳ ଜୀବନରୁ ମନକୁ ହାଲକା କରିବା ଲାଗି ବରିଷ୍ଠ ନାଗରିକ ଉଦ୍ୟାନକୁ ଆସି ବସିବା ଯାଗାରେ ଏବେ ମଦ୍ୟପମାନେ ବସି ମଦ ବୋତଲ ପକାଉଛନ୍ତି । କେବଳ ସେତିକି ନୁହଁ ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଉଦ୍ୟାନରେ ଥିବା ସୁନ୍ଦର ସବୁଜିମା ଏବେ ଉଜୁଡିବାକୁ ବସିଲାଣି । ଯେଉଁଠି ମଣିଷ ଚାଲିବା କଥା ସେଇଠି ଏବେ ଗାଈଗୋରୁ ଚରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ