Masthead

ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୟୁକ୍ରେନ-ପୋଲାଣ୍ଡ ସୀମାରେ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ । ୟାହୋଦିନ ଷ୍ଟେସନକୁ ଡ୍ରୋନରେ ଆକ୍ରମଣ କଲା ଋଷ । ଟ୍ରେନ୍‌ର ଇଞ୍ଜିନକୁ ଡ୍ରୋନ ମାଡ ହୋଇଥିବା ବେଳେ ସବୁ ଯାତ୍ରୀ ସୁରକ୍ଷିତ । ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ । ବୋରିସ ଜନସନ୍ ଷ୍ଟେସନ ଛାଡିବାର କିଛି ମିନିଟ ପରେ ଆକ୍ରମଣ । ଏହି ଟ୍ରେନ୍ ପୂର୍ବତନ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଓ ଅନ୍ୟ ୟୁରୋପୀୟ ରାଜନୀତିଜ୍ଞମାନେ ଯାଉଥିବା ଟ୍ରେନ୍‌ ଠାରୁ କିଛି ମିନିଟ୍ ପରେ ସେହି ସମାନ ପଥରେ ଯାଉଥିଲା । ୟୁକ୍ରେନର ରେଳ ପରିଚାଳନା ସଂସ୍ଥା ଉକ୍ରଜାଲିଜନିତସିଆ ଅନୁସାରେ ଯାତ୍ରୀ ଟ୍ରେନ୍‌ଟି ପୋଲାଣ୍ଡ ସୀମାଠାରୁ ପ୍ରାୟ ୨ କିଲୋମିଟର୍ ଦୂରରେ ଆକ୍ରାନ୍ତ ହୋଇଛି ।

କୌଣସି ଜୀବନହାନି ହୋଇନାହିଁ । ଏହି ପଥ କୀଭ ଓ ୟୁରୋପ ମଧ୍ୟରେ ବିଦେଶୀ ପ୍ରତିନିଧିମଣ୍ଡଳଙ୍କ ଯାତାୟାତ ପାଇଁ ବହୁଳ ବ୍ୟବହୃତ । କୀଭ୍‌ରେ ଏକ ସମ୍ମିଳନୀରେ ଯୋଗ ଦେଇ ବୋରିସ୍ ଜନସନ୍ ଓ ଅନ୍ୟ ୟୁରୋପୀୟ ନେତାମାନେ ସେହି ରେଳପଥରେ ଯାଉଥିଲେ । ରୁଷିଆର କ୍ରମାଗତ ଆକ୍ରମଣ ଭୟରେ ରେଳ ସମୟସୂଚୀ ବାସ୍ତବ ସମୟରେ ପରିବର୍ତ୍ତନ କରାଯାଇଥିବାରୁ ୟୁରୋପିଓ ନେତା ଯାଉଥିବା ଟ୍ରେନଟି ନିର୍ଦ୍ଧାରିତ ସମୟଠାରୁ ଆଗରୁ ପ୍ରସ୍ଥାନ କରିଥିଲା । ଏହି ଟ୍ରେନ ସମ୍ଭବତ ରୁଷିଆର ଡ୍ରୋନ୍‌ର ଲକ୍ଷ୍ୟ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର