Masthead

ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେଲେ ଭିନେଶ ଫୋଗାଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ବଡ ଝଟକା ଲାଗିଛି । ଭାରତର ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ ଭାଙ୍ଗିଗଲା । ଓଜନ ଅଧିକ ହେବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭିନେଶ ଫୋଗାଟ । ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲରେ ଲଢିଥାନ୍ତେ ଭିନେଶ । କିନ୍ତୁ ୫୦ କେଜିରୁ ମାତ୍ର ୧୦୦ ଗ୍ରାମ ଅଧିକ ହୋଇଥିବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଏବେ ସେ ଏଥିପାଇଁ ଆବେଦନ କରିବା ଅଧିକାର ମଧ୍ୟ ହରାଇଛନ୍ତି । ମଙ୍ଗଳବାର ୩ଟି ମୁକାବିଲା ଜିତି ଭିନେଶ ଫାଇନାଲରେ ପ୍ରବେଶ କରି ଭାରତୀୟ କ୍ରୀଡାପ୍ରେମୀଙ୍କ ମନରେ ସ୍ୱର୍ଣ୍ଣ ଆଶା ସଂଚାର କରିଥିଲେ । ସେମିଫାଇନାଲରେ ସେ କ୍ୟୁବାର ଗୁଜମାନ ଲୋପେଜିଙ୍କୁ ୫-୦ରେ ପରାସ୍ତ କରିଥିଲେ । ଏହା ପୂର୍ବରୁ ଅପରାଜେୟ ବିବେଚନା କରାଯାଉଥିବା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାପାନର ୟୁଇ ସୁସାକୀଙ୍କୁ ପରାସ୍ତ କରିଥିଲେ । ଏଥିସହ ତାଙ୍କର ଅଲିମ୍ପିକ୍ସ ପଦକ ହାସଲ ଆଶା ମଧ୍ୟ ମଉଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍