Masthead

ଚୀନ୍‌ ତିଆନଜିନ୍‌ରେ ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଜିଠାରୁ ଚୀନର ତିଆନଜିନ ସହରରେ ଦୁଇ ଦିନିଆ ସାଂଘାଇ ସହଯୋଗ ସମ୍ମିଳନୀ ।  ଚୀନ୍‌ ତିଆନଜିନ୍‌ରେ ପହଞ୍ଚିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ ।  ଦୁଇଦିନିଆ SCO ସମ୍ମିଳନୀରେ ଯୋଗ ଦେବାକୁ ପହଞ୍ଚିଲେ । କାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପୁଟିନ୍‌ଙ୍କ ଦ୍ବିପାକ୍ଷିକ ଆଲୋଚନା । ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦୀ, ପୁଟିନ୍ ଓ ସି ଜିନପିଙ୍ଗ୍ । ଟାରିଫ୍ ମାଡ଼ ଓ ବିଶ୍ବ ବଜାରରେ ଆମେରିକାର ଏକଛତ୍ରବାଦକୁ ମାତ ଦେବାକୁ ପ୍ରସ୍ତୁତ କରିବେ ରଣନତୀ ।

ଏହି ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ସମ୍ମିଳନୀ ଉପରେ ସାରା ବିଶ୍ବ ବିଶେଷ କରି ଆମେରିକାର ନଜର ରହିଛି । ଭାରତ, ରୁଷ, ଚୀନ ସମେତ ଇରାନ, କାଜାଖସ୍ତାନ, କିର୍ଗିଜସ୍ତାନ, ପାକିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ଏବଂ ବେଲାରୁଷ ମଧ୍ୟ ଏସସିଓ ସମୂହର ସଦସ୍ୟ ରାଷ୍ଟ୍ର । ଏସବୁ ରାଷ୍ଟ୍ର ଏକାଠି ଗୋଟିଏ ମଞ୍ଚରେ ଆମେରିକା ବିରୋଧରେ ବଡ଼ ରଣନୀତି ପ୍ରସ୍ତୁତ କରିବା ସମ୍ଭାବନା ରହିଛି । ଜାପାନ ଗସ୍ତ ପରେ ଏସସିଓ ସମ୍ମିଳନୀରେ ସାମିଲ ହେବା ପାଇଁ ପ୍ରାୟ ୭ ବର୍ଷ ପରେ ଚୀନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତିଆନଜିନ ବିମାନ ବନ୍ଦରରେ ମୋଦୀଙ୍କ ରେଡ଼ କାର୍ପେଟରେ ଭବ୍ୟ ସ୍ବାଗତ କରିଛି ଚୀନ ।

ଏହାପରେ ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ମଧ୍ୟ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ସମଗ୍ର ବିଶ୍ୱ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଳ୍କ ନୀତି ସହିତ ସଂଘର୍ଷ କରୁଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କ ପରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ ଗସ୍ତ କୂଟନୀତି ପାଇଁ ଏକ ନୂତନ କ୍ଷେତ୍ର ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ