ମିଳୁନି ବୁନ୍ଦାଏ ଜଳ, କେତେ ସଫଳ ବସୁଧା ଯୋଜନା?

ବିଂଝାରପୁର (ବଡ଼ ଖବର ବ୍ୟୁରୋ):  ବିଂଝାରପୁର ରେ ସମ୍ପୂର୍ଣ ଫେଲ ମାରିଛି ବସୁଧା ଯୋଜନା, ଟାଙ୍କି ନିର୍ମାଣର ମାତ୍ର ଦୁଇ ବର୍ଷ ପରେ ଟାଙ୍କି ଫାଟି ପାଣି ଝରୁଛି । ଠିକାସଂସ୍ଥା ଓ ସ୍ଥାନୀୟ ବିଭାଗର ଅବହେଳା ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ରଣପୁର ପଞ୍ଚାୟତରେ । ଏ ଅଂଚଳଟି ସମ୍ପୂର୍ଣ ଭାବେ ତଳିଆ ଅଂଚଳ ହୋଇଥିବାରୁ ଏଠାରେ ବର୍ଷ ସାରା ପାଣି ସଙ୍କଟ ଦେଖାଯାଇଥାଏ ତେଣୁ ଅଂଚଳବାସୀଙ୍କ ପାଇଁ ଏକମାତ୍ର ଭରସା ପାଲଟିଥିବା ବସୁଧା ଜଳ ପ୍ରକଳ୍ପ ଆଜି ନିରାଶ କରିଛି ।

ଦୀର୍ଘ ୮ ଦିନ ହେବ ପାଣି ଟୋପିଏ ପାଇପାରୁନାହାନ୍ତି ସ୍ଥାନୀୟ ଅଂଚଳର ଲୋକେ । କିନ୍ତୁ ଟାଙ୍କିର କାର୍ୟ୍ୟରତ ଠିକା ସଂସ୍ଥାର ଦେଖା ନାହିଁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ସେମାନଙ୍କ ଦାବି ଅନୁଯାୟୀ ଯଦି ଯଥା ଶୀଘ୍ର ଏହା ମରାମତି କରାଯାଇ ଆମକୁ ପାଣି ଯୋଗାଇ ଦିଆନଯାଏ ତେବେ ଆମେ ରାଜରାସ୍ତା କୁ ଓଲ୍ହାଇବୁ ଚେତାବନି ଦେଇଛନ୍ତି ଅଂଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!