Masthead

ଅଟୋ ଡ୍ରାଇଭରଙ୍କ ମାନବିକତା, ଫେରାଇଲେ ୩୦ ହଜାର ଟଙ୍କା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଟୋ ଡ୍ରାଇଭରଙ୍କ ମାନବିକତା । ୩୦ ହଜାର ଟଙ୍କା ଫେରାଇଲେ ସୁରେନ୍ଦ୍ର ମେହେର । ଦୁଇ ଜଣ ବୃଦ୍ଧା ଆଖି ଅପରେସନ ପାଇଁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ଆସିଥିଲେ । ଡାକ୍ତରଖାନାକୁ ଯିବା ପାଇଁ ଅଇଁଠାପାଲି ବସଷ୍ଟାଣ୍ଡରୁ ଏକ ଅଟୋ ଧରିଥିଲେ । ଦୁଇ ବୃଦ୍ଧା ଡାକ୍ତରଖାନା ତ ପହଂଚିଲେ ହେଲେ ଅଟୋରେ ଛାଡ଼ି ଦେଇଗଲେ ୩୦ ହଜାର ଟଙ୍କା ଓ ବ୍ୟାଗ୍ । ମେଡିକାଲକୁ ଯାଇ ଦେଖିଲା ବେଲକୁ ସାଙ୍ଗରେ ଆଣିଥିବା ବ୍ୟାଗ ଓ ଟଙ୍କା ନାହିଁ । ଦୁଇ ବୃଦ୍ଧାଙ୍କ ଭାଲେଣି ପଡ଼ିଗଲା । ଆଖି ହେଲା ଛଳଛଳ । ଅପରେସନ ଥିବାରୁ ଯୋଗାଡ଼ କରିଥିବା ଟଙ୍କା ତାଙ୍କ ପାଖରେ ନାହିଁ ।

କାହାକୁ କହିବେ, ଶୁଣିବ ବା କିଏ । ଏନେଇ ଚିନ୍ତାରେ ଦୁଇ ମାଉସୀ । ସମ୍ବଲପୁର ଅଇଁଠାପାଲି ପୋଲିସ ପାଖରେ ଖବର ପହଂଚିଲା ବେଳକୁ ତା ଆଗରୁ ପହଂଚି ସାରିଥିଲେ ଅଟୋ ଡ୍ରାଇଭର ସୁରେନ୍ଦ୍ର ମେହେର । ଟଙ୍କାର ମୂଲ୍ୟ ସେ ଜାଣିଥିଲେ ଯେ, ଦୁଇ ମାଉସୀଙ୍କ ପାଇଁ ଏହା କେତେ ଗୁରୁତ୍ୱପୁର୍ଣ୍ଣ । ପୋଲିସ ଅଟୋକୁ ଖୋଜିବା ପୂର୍ବରୁ ସୁରେନ୍ଦ୍ର ସେଠାରେ ପହଂଚି ସାରିଥିଲେ । ପୋଲିସକୁ ଟଙ୍କା ବ୍ୟାଗ ଦେବାପରେ ଏହା ଦୁଇ ବୃଦ୍ଧାଙ୍କୁ ମିଳିଥିଲା । ଦୁଇ ଜଣ ଖୁସିରେ ଗଦଗଦ୍ ହେବା ସହ ସୁରେନ୍ଦ୍ରଙ୍କୁ ଆଶୀର୍ବାଦ ଦେଇଥିଲେ । ସୁରେନ୍ଦ୍ରଙ୍କ ଏଭଳି ମହାନତାଙ୍କୁ ସବୁଠି ପ୍ରଶଂସା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ