Masthead

ସନି ଲିଓନିଙ୍କୁ ପ୍ରପୋଜ କଲେ ସଲମାନ!

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଓଡର ଭାଇଜାନ ସଲମାନ ଖାନ ନିଜର ଲଭ ଲାଇଫ କୁ ନେଇ ରୁହନ୍ତି ସବୁବେଳେ ଚର୍ଚ୍ଚାରେ । ଏହି କେସ ପାଇଁ ସବୁବେଳେ ସେ ହାଇଲାଇଟ ରୁହନ୍ତି । ଐଶଙ୍କ ପରେ କ୍ୟାଟ୍ରିନାଙ୍କ ପ୍ରେମରେ ପଡିଥିଲେ ସଲ୍ଲୁଭାଇ । ତା’ ପରେ ୟୁଲୀଆ । ଏବେ ଭାଇଜାନ କାହା ପ୍ରେମରେ ପଡିଛନ୍ତି ତାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ସନି ଲିଓନିଙ୍କ ପ୍ରେମରେ ପଡିଛନ୍ତି ଦବଙ୍ଗ ଖାନ । ସନିଙ୍କ ସୁନ୍ଦରତା ଦେଖି ଭାଇଜାନ ପୁରା ପାଗଳ । ନ୍ୟାସନାଲ ଟେଲିଭିଜନ ଆଗରେ କରିଛନ୍ତି ତାଙ୍କୁ ପ୍ରପୋଜ ।

ଲୋକପ୍ରିୟ ରିଆଲିଟି ସୋ’ ବିଗବସ-୧୪ ର ୱିକେଣ୍ଡ କା ୱାରରେ ପହଞ୍ଚିଥିଲେ ଅଭିନେତ୍ରୀ ସନି ଲିଓନି । ଭେଟିବା ପରେ ସଲମାନଙ୍କ ଖବର କଥା ପଚାରିଥିଲେ ।

ଉତ୍ତରରେ ଭାଇଜାନ କହିଥିଲେ ଯେ, ‘ମୋତେ ଜ୍ୱର ହୋଇଛି । ମୁଁ ତୁମ ପ୍ରେମରେ ପଡିଛି । ଏହାକୁ ଲଭେରିଆ କୁହାଯାଏ ।’ ଏହି ଖବର ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ଦେଖିବା ବାକି ରହିଲା ଏବେ ଭାଇଜାନ କାହାର ହାତ ଧରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ