Masthead

ଚାହିଦା ଅନୁସାରେ ଉତ୍ପାଦିତ ହେଉନି ଲୁଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଏତେ ଲମ୍ବା ବେଳାଭୂମି ତଥାପି ଲୁଣ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ୫୦୦ କିଲୋମିଟର ଲମ୍ବା ବେଳାଭୂମି କିନ୍ତୁ ତାହାର ଉପଯୋଗ କରିପାରୁନି ରାଜ୍ୟ । ପ୍ରକୃତିର ବରଦାନକୁ ବି ସଠିକ୍ ଭାବେ ବ୍ୟବାହର କରିପାରୁନି । ଲୁଣ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି । ଓଡ଼ିଶା ପାଇଁ ବର୍ଷକୁ ଦରକାର ୭ଲକ୍ଷ ମେଟ୍ରିକ ଟନ୍ ଲୁଣ । ମାତ୍ର ଉତ୍ପାଦିନ ହୋଇପାରୁନି ୭ହଜାର ମେଟ୍ରିକ ଟନ୍ । ଫଳରେ ଘରୋଇ ବ୍ୟବହାର ଓ ଶିଳ୍ପ ପାଇଁ ଓଡ଼ିଶା । ଅର୍ଥନୀତି ବିଶେଷଜ୍ଞ କହିଛନ୍ତି, ଲୁଣ ଉତ୍ପାଦନ ଲାଗି ଓଡ଼ିଶାର ଯେଉଁ ପ୍ରାକୃତିକ ଭିତ୍ତିଭୂମି ରହିଛି ତାହାର ପୂର୍ଣ୍ଣ ଉପଯୋଗ କରାଯାଇ ପାରୁନାହିଁ । ଠିକ୍ ଭାବେ ଉପଯୋଗ କରାଗଲେ ୫୦ହଜାରରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହେବା ସହିତ ରାଜ୍ୟର ଅର୍ଥନୀତି ବି ସମୃଦ୍ଧ ହୋଇପାରିବ ।

ରାଜ୍ୟରେ ଖାଇବା ପାଇଁ ବର୍ଷକୁ ପ୍ରାୟ ୩ଲକ୍ଷ ମେଟ୍ରିକ ଟନ୍ ଲୁଣ ଆବଶ୍ୟକ ପଡୁଥିବା ବେଳେ ଶିଳ୍ପାନୁଷ୍ଠାନ ଓ ଗୃହପାଳୀତ ପଶୁଙ୍କ ଲାଗି ବାର୍ଷିକ ପ୍ରାୟ ୪ଲକ୍ଷ ମେଟ୍ରିକ ଟନ୍ ଲୁଣ ଦରକାର ହେଉଛି । ଓଡ଼ିଶାରେ ୪୮୦ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ଉପକୂଳ ଥିବା ବେଳେ ୧୧ଶହ ବର୍ଗକିଲୋମିଟର ପରିମିତି ଲବଣାକ୍ତ ହ୍ରଦ ଚିଲିକା ରହିଛି । ଏହି ଭିତ୍ତିଭୂମିର ଉପଯୋଗ କରାଯାଇପାରିଲେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ ଲୁଣ ଉତ୍ପାଦନ କରାଯାଇପାରିବ । ଖୁବ କମ୍ ପୁଞ୍ଜି ବ୍ୟୟରେ ଆୟୋଡିନ ଯୁକ୍ତ କରାଯାଇ ରାଜ୍ୟ ଭିତରେ ଓ ବାହାରେ ବିକ୍ରି କରାଯାଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି