Masthead

ଚାହିଦା ଅନୁସାରେ ଉତ୍ପାଦିତ ହେଉନି ଲୁଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଏତେ ଲମ୍ବା ବେଳାଭୂମି ତଥାପି ଲୁଣ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ୫୦୦ କିଲୋମିଟର ଲମ୍ବା ବେଳାଭୂମି କିନ୍ତୁ ତାହାର ଉପଯୋଗ କରିପାରୁନି ରାଜ୍ୟ । ପ୍ରକୃତିର ବରଦାନକୁ ବି ସଠିକ୍ ଭାବେ ବ୍ୟବାହର କରିପାରୁନି । ଲୁଣ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି । ଓଡ଼ିଶା ପାଇଁ ବର୍ଷକୁ ଦରକାର ୭ଲକ୍ଷ ମେଟ୍ରିକ ଟନ୍ ଲୁଣ । ମାତ୍ର ଉତ୍ପାଦିନ ହୋଇପାରୁନି ୭ହଜାର ମେଟ୍ରିକ ଟନ୍ । ଫଳରେ ଘରୋଇ ବ୍ୟବହାର ଓ ଶିଳ୍ପ ପାଇଁ ଓଡ଼ିଶା । ଅର୍ଥନୀତି ବିଶେଷଜ୍ଞ କହିଛନ୍ତି, ଲୁଣ ଉତ୍ପାଦନ ଲାଗି ଓଡ଼ିଶାର ଯେଉଁ ପ୍ରାକୃତିକ ଭିତ୍ତିଭୂମି ରହିଛି ତାହାର ପୂର୍ଣ୍ଣ ଉପଯୋଗ କରାଯାଇ ପାରୁନାହିଁ । ଠିକ୍ ଭାବେ ଉପଯୋଗ କରାଗଲେ ୫୦ହଜାରରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହେବା ସହିତ ରାଜ୍ୟର ଅର୍ଥନୀତି ବି ସମୃଦ୍ଧ ହୋଇପାରିବ ।

ରାଜ୍ୟରେ ଖାଇବା ପାଇଁ ବର୍ଷକୁ ପ୍ରାୟ ୩ଲକ୍ଷ ମେଟ୍ରିକ ଟନ୍ ଲୁଣ ଆବଶ୍ୟକ ପଡୁଥିବା ବେଳେ ଶିଳ୍ପାନୁଷ୍ଠାନ ଓ ଗୃହପାଳୀତ ପଶୁଙ୍କ ଲାଗି ବାର୍ଷିକ ପ୍ରାୟ ୪ଲକ୍ଷ ମେଟ୍ରିକ ଟନ୍ ଲୁଣ ଦରକାର ହେଉଛି । ଓଡ଼ିଶାରେ ୪୮୦ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ଉପକୂଳ ଥିବା ବେଳେ ୧୧ଶହ ବର୍ଗକିଲୋମିଟର ପରିମିତି ଲବଣାକ୍ତ ହ୍ରଦ ଚିଲିକା ରହିଛି । ଏହି ଭିତ୍ତିଭୂମିର ଉପଯୋଗ କରାଯାଇପାରିଲେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ ଲୁଣ ଉତ୍ପାଦନ କରାଯାଇପାରିବ । ଖୁବ କମ୍ ପୁଞ୍ଜି ବ୍ୟୟରେ ଆୟୋଡିନ ଯୁକ୍ତ କରାଯାଇ ରାଜ୍ୟ ଭିତରେ ଓ ବାହାରେ ବିକ୍ରି କରାଯାଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ